ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବିଶେଷ କରି ବୃତ୍ତିଗତ କ୍ଷେତ୍ରରେ ବ୍ୟକ୍ତି ଚାପଗ୍ରସ୍ତ ରହୁଛି । କାର୍ଯ୍ୟ ଚାପ ଏବଂ କ୍ୟାରିୟର ଗ୍ରୋଥକୁ ନେଇ ପ୍ରତିଦ୍ୱନ୍ଦିତାମୂଳକ ବାତାବରଣରେ ସଂଘର୍ଷ କରୁଛି । ଏଥିମଧ୍ୟରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ଏଭଳି ସ୍ଥିତିରେ ବ୍ୟକ୍ତିକୁ ଇରିଟେସନ୍ ହୋଇଥାଏ ଏବଂ ତୁରନ୍ତ ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ପେନ୍ କିଲରର ସାହାରା ନେଇଥାନ୍ତି । କିନ୍ତୁ ଏହି ପେନ୍ କିଲର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ମୁଣ୍ଡବିନ୍ଧା ହେଲେ ତୁରନ୍ତ ପେନ୍ କିଲର ସେବନ କରିବା ଅନୁଚିତ । ଏହା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଫଳରେ ପେଟ ଯନ୍ତ୍ରଣା, ଫୁଲା, ଅଲସର ଭଳି ବିଭିନ୍ନ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । କେବଳ ଏତିକି ନୁହେଁ ପେନ୍ କିଲର କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ । ଏହା ବ୍ୟତୀତ ହୃଦରୋଗ ଆଶଙ୍କା ବୃଦ୍ଧି ପାଇଥାଏ । ମୁଣ୍ଡବିନ୍ଧା ଔଷଧ ସେବନ କଲେ ତୁରନ୍ତ ଆରାମ ମିଳିଥାଇପାରେ କିନ୍ତୁ ଦୀର୍ଘ ସମୟରେ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଅପରପକ୍ଷରେ ଓଭର ଦି କାଉଣ୍ଟର ଔଷଧ ସେବନ କରିବାର ମଧ୍ୟ ଏକ ସୀମା ରହିଛି । ଡାକ୍ତରଙ୍କ ବିନା ପରାମର୍ଶରେ ଅତ୍ୟାଧିକ ଔଷଧ ସେବନ କରିବା ଦ୍ୱାରା ବିଭିନ୍ନ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇଥାଏ ।
୧. ଔଷଧର ଓଭର ଡୋଜ୍ ପେଟ, ନର୍ଭସ ସିଷ୍ଟମ ଏବଂ ଶରୀର ଇମୁ୍ୟନିଟି ପାଇଁ ବହୁତ କ୍ଷତିକାର ହୋଇଥାଏ ।
୨. ପେଟ ଯନ୍ତ୍ରଣା, ଫୁଲା, ଅପଚ, ଅଲସର ଇତ୍ୟାଦି ଭଳି ସମସ୍ୟା ଦେଖାଦେଇଥାଏ ।
୩. ଲିଭର ଏବଂ କିଡନୀ ଉପରେ କୁପ୍ରଭାବ ପକାଇଥାଏ ।
୪. ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ ।
୫. ହୃଦୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ହାର୍ଟ ଆଟାକର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।