fbpx

ମନ୍ଦିର ପ୍ରସାଦରେ ନପୁଂସକ ଔଷଧ ମିଶୁଛି କହି ଫସିଲେ ମୋହନ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ପବିତ୍ର ତୀର୍ଥସ୍ଥଳ ତିରୁପତି ପ୍ରସାଦରେ ପଶୁ ଚର୍ବି ମିଶିବା ଘଟଣା ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗରେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସବୁ ସ୍ଥାନରେ ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ୍ ଜଗନ୍ ମୋହନ ରେଡ୍ଡୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହାରି ଭିତରେ ତାମିଲ ଡାଇରେକ୍ଟର ମୋହନ ଜୀଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ବୟାନକୁ ନେଇ ଷ୍ଟାଲିନ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ମନ୍ଦିରକୁ ନେଇ ଟିପ୍ପଣୀ ଦେବା ପରେ ତାଙ୍କୁ ଗିରଫ କରାଯାଇଛି । ଏହାସହିତ ଯେଉଁମାନେ ଏଭଳି ମିଥ୍ୟା ଖବର ପ୍ରସାରିତ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ମନ୍ଦିର ପ୍ରସାଦରେ ନପୁଂସକ ଔଷଧ- ସୂଚନା ଅନୁସାରେ ମୋହନ ଜୀ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଉଥିଲେ । ଏହି ସମୟରେ ଆଙ୍କର ତିରୁପତି ମନ୍ଦିରରେ ପଶୁ ଚର୍ବି ମିଶିବା ପ୍ରସଙ୍ଗ ଉଠାଇଥିବା ବେଳେ ସେ କହିଥିଲେ ଏଭଳି କିଛି ଘଟଣା ତାମିଲନାଡୁର ପଲାନୀ ମନ୍ଦିରରେ ମଧ୍ୟ ହେଉଛି । ପଲାନୀ ମନ୍ଦିରର ପଞ୍ଚାମୃତରେ ଥରେ ନପୁଂସକ ଔଷଧ ମିଶାଯାଇଥିବା ନେଇ ସେ ଦାବି କରିଥିଲେ । ଏହା ମୁଁ ଥରେ ଶୁଣିଥିଲି ଏବଂ ଯାଞ୍ଚ ସମୟରେ ଏହାକୁ ଦବାଇ ଦିଆଯାଇଥିଲା ବୋଲି ସେ କହିଥିଲେ । ତେବେ ଏହି ସାକ୍ଷାତକାର ପରେ ହିନ୍ଦୁ ବିଶ୍ବାସୀ ଲୋକେ ତାତି ଯାଇଥିଲେ । ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ମୋହନ ଜୀଙ୍କ ବାସଭବନରେ ପହଞ୍ଚି ତାମିଲନାଡୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.