fbpx

(Video) ସୁଭଦ୍ରା ଯୋଜନାରେ ଆବେଦନ କଲେଣି 92 ଲକ୍ଷ, ଏହି ଦିନ ଟଙ୍କା ଆସିବ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(ଓଡିଶା ଭାସ୍କର) : ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଅପଡେଟ୍ । କେବେ ସୁଭଦ୍ରା କିସ୍ତି ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, “୨ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି, ପାଖାପାଖି 92 ଲକ୍ଷ ଲୋକ ଆବେଦନ କରିଥିବା ନେଇ ସେତେବେଳେ ଜାଣିବାକୁ ପାଇଥିଲି । ଭାବୁଛୁ ଆଉ ଏକ ସପ୍ତାହ ଭିତରେ 1 କୋଟି ଲୋକ ଆବେଦନ କରିବେ । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି 25 ଲକ୍ଷ 11 ହଜାର ଲୋକଙ୍କୁ ଦିଆଯାଇଛି । ”

e kyc ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହୋଇ ପୁଣି ଲୋକଙ୍କୁ ଦିଆଯିବ । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ । ପ୍ରଥମ ଥରରେ 25 ଲକ୍ଷ 11 ହଜାର ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ । ଖୁବଶୀଘ୍ର କୋଟିଏ ଲୋକଙ୍କ ପାଖେ ପହଞ୍ଚିବୁ । କେହି ବ୍ୟସ୍ତ ବିବ୍ରତ କିମ୍ବା ଧୌର୍ଯ୍ୟ ହରାନ୍ତୁ ନାହିଁ । ଆଜିର ସ୍ଥିତି ମାର୍ଚ୍ଚ 8 ତାରିଖ ପରେ ଆଉ ରହିବ ନାହିଁ । ପ୍ରଥମ ଥର ତେଣୁ ଟିକେ କଷ୍ଟ ହେଉଥିବ । ପ୍ରଥମ କିସ୍ତି ପାଇବେ ପାଇବା ପରେ ଆଉ ଏଭଳି ସ୍ଥିତି ରହିବ ନାହିଁ ବୋଲି ସେ କହିଛନ୍ତି । ତେଣୁ ମାର୍ଚ୍ଚ ୮ ତାରିଖରେ ସମସ୍ତେ ଏକା ସାଙ୍ଗରେ ୨ୟ କିସ୍ତି ପଇସା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.