fbpx

(Video) ରୁଟି ଖାଉଥିଲେ ସାବଧାନ ! ଛେପ ପକାଇ ସେକୁଛନ୍ତି ଦୋକାନୀ, ଦେଖନ୍ତୁ ଭିଡିଓ

ଉତ୍ତରପ୍ରଦେଶ: ଗତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ରୁଟିରେ ଛେପ ମିଶିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ନୂଆଦିଲ୍ଲୀ ପରେ ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଉତ୍ତରପ୍ରଦେଶ ବାଗପତକ ଏକ ଚିକେନ କର୍ଣ୍ଣର ନାମରେ ଏହି ଅଭିଯୋଗ ଆସିଛି । ଉକ୍ତ ହୋଟେଲରେ ଯୁବକ ଜଣକ ରୁଟି କରିବା ସମୟରେ ଛେପ ଲଗାଉଥିବା ଦେଖାଯାଇଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ, ରୋଟି ତିଆରି କରୁଥିବା ଯୁବକ ରୋଟିକୁ ସେକିବା ପୂର୍ବରୁ ପ୍ରତ୍ୟେକ ଥର ଛେପ ପକାଉଥିବା ଦେଖାଯାଇଛି । ହୋଟେଲରେ ଖାଇବାକୁ ଯାଇଥିବା ଯୁବକ ଜଣକ ଏହି ଭାଇରାଲ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଭିଡିଓଟି ସହରର କୋଟୱାଲି ଅଞ୍ଚଳର ତାତିରୀ ସହରରେ ଅବସ୍ଥିତ ଏକ ଚିକେନ୍ କର୍ଣ୍ଣରର । 1 ମିନିଟର ଭିଡିଓରେ ଯୁବକ ଜଣକ ତିନିଥର ରୁଟି ଉପରେ ଛେପ ପକାଇଥିବାର ନଜର ଆସିଥିଲେ । ଏହାର ଏକ ଭିଡିଓ ପ୍ରସ୍ତୁତ କରି ଯୁବକ ଏହାକୁ ଭାଇରାଲ କରିଥିଲେ ଏବଂ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓକୁ ଆଧାର କରି ପୋଲିସ ମଧ୍ୟ ଜାଗ୍ରତ ହୋଇଛି । ବାଗପତ ପୋଲିସର କହିବା ଅନୁସାରେ, ମାମଲାର ଯାଞ୍ଚ କରାଯାଉଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖବର ଅନୁସାରେ, ବାଗପତର ଏହା ତୃତୀୟ ଭିଡିଓ । ପ୍ରଥମେ ଦିଲ୍ଲୀର ଗଜିଆବାଦରେ ଜଣେ ଜୁସ୍ ବେପାରୀ ପରିସ୍ରା ମିଶାଉଥିବା ଖବର ସାମ୍ନାକୁ ଆସିଥିଲା । ଖବର ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାପରେ ଗ୍ରେଟର ନୋଏଡାରୁ ମଧ୍ୟ ଏକ ଖବର ସାମ୍ନାକୁ ଆସିଥିଲା । ଏଥିରେ ମଧ୍ୟ ରୋଟିରେ ଛେପ ପକାଉଥିବା ଦେଖାଯାଇଥିଲା । ତେବେ ଏଭଳି ଭିଡିଓ ବାରମ୍ବାର ଭାଇରାଲ ହେବା ପରେ ହୋଟେଲରେ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଭୟ ଦେଖାଯାଉଛି ।

Get real time updates directly on you device, subscribe now.