fbpx

ଭରତପୁର ଥାନା ବିବାଦ; ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ବର(ଓଡିଶା ଭାସ୍କର): ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ SDJM କୋର୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ । ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ସେପଟେ ତଦନ୍ତ ପାଇଁ ଭରତପୁର ଥାନାରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ପୀଡିତାଙ୍କ ଅଭିଯୋଗ ଆଧାରରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପ୍ରଥମେ ଥାନା ଭିତରେ ପୂର୍ବତନ ଆଇଆଇସିଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ତେବେ କ୍ରାଇମବ୍ରାଞ୍ଚର ପ୍ରଶ୍ନ ଶୁଣି ସେ ଛାନିଆ ହୋଇଯାଇଥିବା ଚର୍ଚ୍ଚା ହେଉଛି । କଣ ପାଇଁ ମେଜର ବାନ୍ଧବୀଙ୍କ ସହିତ ଏଭଳି କଲେ ସେ ନେଇ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଅନ୍ୟପଟେ ଏହି ମାମଲାରେ ଭରତପୁର ଥାନାରେ ପହଞ୍ଚିଛନ୍ତି ମେଜର ଏବଂ ତାଙ୍କ ବାନ୍ଧବୀ । ଉଭୟଙ୍କୁ ଏକାଠି କରି ଆଜି ସାମ୍ନାସାମ୍ନି ଜେରା କରିପାରେ ବୋଲି ଜଣାପଡିଛି ।

ତେବେ ଥାନାରେ ଭିତରେ ପ୍ରଥମେ ସିନ୍ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ । କେଉଁସ୍ଥାନରେ ଏବଂ କିଏ କିଭଳି ନିର୍ଯାତନା ଦେଇଥିଲା ସେନେଇ ସବୁ ଦେଖାଇଛନ୍ତି ମେଜର ବାନ୍ଧବୀ । ପରେ ପଥରଗଡିଆ ଘଟଣାସ୍ଥଳକୁ ଯାଇଥିଲେ ଟିମ୍ । କଣ ପାଇଁ ରୋଡ ରୋମିଓ ମେଜର ବାନ୍ଧବୀଙ୍କ ସହ ଝାମେଲା କରିଥିଲେ, ସହି ସ୍ଥାନରେ ଆଉ କଣ ଘଟିଥିଲା, ଭରତପୁର ଥାନାରେ କାହିଁକି ତାଙ୍କୁ ନିର୍ଯାତନା ଦିଆଯାଇଥିଲା ଏହି ସମସ୍ତ ଦିଗକୁ ଆଧାର କରି ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.