fbpx

ଥରହର ହେଲାଣି ବିଶ୍ୱ; ପ୍ରଶାନ୍ତ ମହାସାଗରରେ ଏପରି କଲା କଲା ଚୀନ୍, ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ଦଶନ୍ଧି ପରେ ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଚୀନ୍ । ପ୍ରଶାନ୍ତ ମହାସାଗରରେ ଏକ ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ଉତକ୍ଷେପଣ କରିଛି ବୋଲି ଚୀନ୍ ଦାବି କରିଛି । ଏଥିରେ ଡମି ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇଥିବା କୁହାଯାଇଛି ।

ଚୀନ୍ ଏହାକୁ ଏକ ନିୟମିତ ପରୀକ୍ଷଣ ବୋଲି କହିଛି, କିନ୍ତୁ ବିଶ୍ଳେଷକମାନେ କହିଛନ୍ତି ଯେ ଶେଷ ଥର ପାଇଁ ୧୯୮୦ ଦଶକରେ ଏହି ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ଚୀନ୍ । ହେଲେ ଏବେ ଏହାର ବୟାନ ଆଶ୍ଚର୍ଯ୍ୟଜନକ । ଚୀନ୍ କହିଛି ଯେ ଏହି ରୁଟିନ୍ ଏବଂ ଏହାର ସେନାର ବାର୍ଷିକ ପ୍ରଶିକ୍ଷଣର ଏକ ଅଂଶ ।

ଚୀନର ସରକାରୀ ଗଣମାଧ୍ୟମ କହିଛି ଯେ ଏହି କ୍ଷେପଣାସ୍ତ୍ର ର ଉତକ୍ଷେପଣ ବିଷୟରେ ସେ ଆଖପାଖ ଦେଶମାନଙ୍କୁ କହିସାରିଛି । ସେପଟେ ଏନେଇ ଆମେରିକୀୟ ପ୍ରତିରକ୍ଷା ବିଶ୍ଳେଷକ ଜନ୍ ରିଜ କହିଛନ୍ତି ଯେ ଚୀନ୍ ଆମେରିକାକୁ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଏହି ଲଞ୍ଚ୍ ଆରମ୍ଭ କରିଥାଇପାରେ ।

Get real time updates directly on you device, subscribe now.