fbpx

ବେଙ୍ଗାଲୁରୁ ହତ୍ୟା ମାମଲା; ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଭଦ୍ରକରେ ଆତ୍ମହତ୍ୟା

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଭାଲିକାଭାଲରେ ରହୁଥିବା ମହାଲକ୍ଷ୍ମୀଙ୍କ ନୃଶଂସ ହତ୍ୟା ମାମଲା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବର୍ତ୍ତମାନର ବଡ଼ ଖବର, ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ମୁକ୍ତିରଞ୍ଜନ ରାୟ ଓଡ଼ିଶାରେ ଆତ୍ମହତ୍ୟା କରିଛି। ବେଙ୍ଗାଲୁରୁର ଭାୟାଲିକାଭାଲରେ ରହୁଥିବା ନେପାଳୀ ମହିଳା ମହାଲକ୍ଷ୍ମୀଙ୍କ ହତ୍ୟା ମାମଲାରେ ମୁକ୍ତି ରଞ୍ଜନ ରାୟକୁ ବେଙ୍ଗାଲୁରୁ ପୋଲିସ ମୁଖ୍ୟ ସନ୍ଦିଗ୍ଧ ଭାବେ ଚିହ୍ନଟ କରିଥିଲା। ଅନେକ ଦିନ ଧରି ଲୋକେସନ୍ ଟ୍ରାକ୍ କରିଥିଲେ, ମାତ୍ର ସେ ଆତ୍ମହତ୍ୟା କରିଥିବା ଜାଣା ପଡ଼ିଛି।

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧୁସୁରୀ ଥାନା ଅଧୀନ କୁଲେଇ ପଦା ଗାଁରେ ଆତ୍ମହତ୍ୟା କରିଛି ମୁକ୍ତିରଞ୍ଜନ ପ୍ରତାପ ରାୟ। ହତ୍ୟା କାଣ୍ଡ ପରେ ସେ ନିଜ ଗାଁକୁ ଫେରି ରାତିରେ ଘରୁ ବାହାରି ପଳାଇ ଥିଲା ମୁକ୍ତି। ପୋଲିସ ଜାଣିବାକୁ ପାଇଥିଲା ଯେ ସେ ଏକ ସ୍କୁଟିରେ ଯାଇଥିଲା କିନ୍ତୁ ପରେ ଦେଖିଲା ବେଳକୁ ଏକ ଗଛରେ ରଶି ଲଗାଇ ଜୀବନ ହାରିଛି ମୁକ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ସରକାରୀ ଡାକ୍ତରଖାନାକୁ ପଠାଇଛି।

ଏ ନେଇ ଧୁସୁରୀ ଥାନାରେ ଅଭିଯୋଗ ହେବା ପରେ ଅଧିକ ପଚରାଉଚରା ପାଇଁ ସୁସାଇଡ୍ ନୋଟ୍ ଓ ଲାପଟପ୍ ଜବତ କରିଛନ୍ତି ତଦନ୍ତକାରୀ ଟିମ୍। ମୁକ୍ତିରଞ୍ଜନ ବେଙ୍ଗାଲୁରୁର ହେବବାଗୋଡି ଅଞ୍ଚଳରେ ରହୁଥିଲା। ସେଠାରେ ଥିବା ମଲ୍ଲେଶ୍ୱରମର ଏକ ଫ୍ୟାସନ୍ ଷ୍ଟୋରରେ କାମ କରୁଥିଲା, ଯେଉଁଠାରେ ସେ ମହାଲକ୍ଷ୍ମୀଙ୍କୁ ଭେଟିଥିଲା। ମହାଲକ୍ଷ୍ମୀ ଅନ୍ୟ ଜଣେଙ୍କ ସହ ମିଳାମିଶା କରିବା ପରେ ସେମାନଙ୍କ ସମ୍ପର୍କ ରେ ତିକ୍ତତା ହୋଇଥିଲା, ଯାହାକୁ ନେଇ ବାରମ୍ବାର ବିବାଦ ଲାଗି ରହିଥିଲା। ଏହି ଉତ୍ତେଜନା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ତଦନ୍ତକାରୀମାନେ ଅନୁମାନ କରୁଛନ୍ତି।

ପାରିବାରିକ କଳହ ପରେ ୯ ମାସ ତଳେ ସ୍ୱାମୀଙ୍କୁ ଛାଡ଼ି ବେଙ୍ଗାଲୁରୁ ଚାଲି ଆସିଥିଲେ ମହାଲକ୍ଷ୍ମୀ। ସେ ସେଲ୍ସରେ କାମ କରିବା ଆରମ୍ଭ କରିଥିଲେ ଏବଂ ଖୁବ୍ ଶୀଘ୍ର ମୁକ୍ତିରଞ୍ଜନର ନିକଟତର ହୋଇଥିଲେ, ଯାହା ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ବ୍ରେକଅପ୍ ପରେ ପରିସ୍ଥିତି ଦୁଃଖଦ ମୋଡ଼ ନେଇଥିଲା ଏବଂ ମହାଲକ୍ଷ୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗତ ସପ୍ତାହରେ ଭୟାଳିକାଭାଲରେ ଥିବା ତାଙ୍କ ଭଡ଼ା ଘରେ ଫ୍ରିଜ୍ ରୁ ୫୦ରୁ ଅଧିକ ଖଣ୍ଡ କଟା ଯାଇଥିବା ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା।

Get real time updates directly on you device, subscribe now.