fbpx

କଂଗ୍ରେସ ଓ ରାହୁଲଙ୍କୁ କଡ଼ା ସମାଲୋଚନା କଲେ ଅମିତ ଶାହ; କହିଲେ- ‘ତାଙ୍କ ତିନି ପିଢ଼ି ପାଖରେ ଦମ୍ ନାହିଁ କି ସେ ୩୭୦କୁ ଫେରାଇ ଆଣିବେ’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଜମ୍ମୁ-କଶ୍ମୀରର ଉଧମପୁରଠାରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ‘ରାହୁଲ ବାବା କହୁଛନ୍ତି ଆମେ ଧାରା ୩୭୦ ଫେରାଇ ଆଣିବୁ। ମୁଁ ଏହି ମଞ୍ଚରୁ କହିବାକୁ ଚାହୁଁଛି ଯେ ରାହୁଲ ବାବା ଆପଣଙ୍କର, ଆପଣଙ୍କ ତିନି ପିଢ଼ି ପାଖରେ ୩୭୦ ଫେରାଇ ଆଣିବା ପାଇଁ ଦମ୍ ନାହିଁ।’ ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ‘ମୋଦୀ ସରକାରରେ ନା ପଥରମାଡ଼ ହୋଇଛି ନା ଆତଙ୍କବାଦ? ଗତକାଲି ରାହୁଲ ବାବା କହିଥିଲେ ଆମେ ରାଜ୍ୟ ମାନ୍ୟତା ଦେବୁ।’

ଦେଶର ସଂସଦରେ କୁହାଯାଇଛି ଯେ ନିର୍ବାଚନ ପରେ ଆମେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବୁ। ଜମ୍ମୁ-କଶ୍ମୀରକୁ ନିଶ୍ଚିତ ଭାବେ ରାଜ୍ୟର ମାନ୍ୟତା ମିଳିବ, କିନ୍ତୁ ନରେନ୍ଦ୍ର ମୋଦୀଙ୍କୁ ଦେବେ। ଓମାର ଅବଦୁଲ୍ଲା ଓ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ କାଶ୍ମୀରରେ ଗଣତନ୍ତ୍ର ଆଣିବୁ, ଏହି ପରିବାରମାନେ ୭୦ ବର୍ଷ ଧରି ଜମ୍ମୁ-କଶ୍ମୀରକୁ ବିଭାଜିତ କରିଥିଲେ। ପୂର୍ବରୁ ଏଠାରେ ନିର୍ବାଚନ ହୋଇଥିଲା କି? ଏହି କାମ ଆମ ନେତା ମୋଦୀ କରିଛନ୍ତି? ଏହି ଲୋକମାନେ ଟିକେଟ ଦେଇ ନିଜର ନେତା ପାଲଟିଯାଇଛନ୍ତି।  ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ମୋ ହେଲିକପ୍ଟର ଏଠାରେ ଅବତରଣ କରିବାର ଥିଲା, କିନ୍ତୁ ଅବତରଣ କରିପାରିଲା ନାହିଁ।

Get real time updates directly on you device, subscribe now.