fbpx

ନିଆଳିରେ ସ୍କ୍ରବ୍ ଟାଇଫସରେ ଜଣଙ୍କର ମୁତ୍ୟୁ; ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ

କଟକ: କଟକ ଜଲ୍ଲା ନିଆଳିରେ ସ୍କ୍ରବ୍ ଟାଇଫସ୍ ନେଲା ଜଣଙ୍କର ଜୀବନ। ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଗ୍ରାମବାସୀଙ୍କ  ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ।  ନିଆଳିରେ ସ୍କ୍ରବ୍ ଟାଇଫସ୍ଜଙ୍କର ମୃତୁ ପରେ ନେଲା ଆଉ ଏକ ଜୀବନ। କଟକ ଜିଲ୍ଲା ନିଆଳି ବ୍ଲକ୍ ଅଁଳୋ ପଞ୍ଚାୟତ ଅଁଳୋ ମହିମା ଆଶ୍ରମର ସାଧୁ ପ୍ରଭାକର ଦାସ (୫୨) ଙ୍କ ସ୍କ୍ରବ୍ ଟାଇଫସ୍‌ରେ ପରଲୋକ ହୋଇଛି । କିଛି ଦିନ ପୂର୍ବରୁ ଗୁରୁତର ସ୍ଥିତିରେ ତାଙ୍କୁ ଭୁବନେଶ୍ଵର ସ୍ଥିତି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ସ୍ତବ୍ ଟାଇଫସ୍‌ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ମାତ୍ର ତାଙ୍କର ସ୍ଥିତିରେ ସୁଧାର ନହେବାରୁ ତାଙ୍କୁ ତାଙ୍କ କହିବାନୁସାରେ ଅଁଳୋ ସ୍ଥିତ ମହିମା ଆଶ୍ରମକୁ ଫେରାଇ ଅଣା ଯାଇଥିବା ବେଳେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ମୃତ୍ୟୁ ବରଣ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ଗତକାଲି ଖବର ପାଇ ଜିଲ୍ଲା ମେଡିକାଲ୍ ଟିମ୍ ଓ ନିଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଟିମ୍ ଅଁଳୋ ଗ୍ରାମରେ ପହଞ୍ଚେ ସ୍ଥିତି ଅନୁଧ୍ୟାନ କରିବା ସହ ଅଁଳୋ ଗ୍ରାମବାସୀଙ୍କ ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି । ତେବେ ପରିବେଶ ଓ ବ୍ୟାପକ ସଚେତନତା କରାଗଲେ ଜନସାଧାରଣ ଏହି ସ୍କୁବ୍ ଟାଇଫସ୍ ଭଳି ମାରାତ୍ମକ କୀଟ ଦଂଶନରୁ ରକ୍ଷା ପାଇ ପାରିବେ ବୋଲି ଜଣାଯାଇଛି।

Get real time updates directly on you device, subscribe now.