fbpx

ସାରି ଦିଅନ୍ତୁ ସବୁ ବାକି କାମ, ଅକ୍ଟୋବରରେ ଏତିକି ଦିନ ଖୋଲିବନି ବ୍ୟାଙ୍କ: Holiday List ଜାରି କଲେ ସରକାର

ଓଡ଼ିଶା ଭାସ୍କର: ଆଉ ୩ ଦିନ ପରେ ଆରମ୍ଭ ହେବ ଅକ୍ଟୋବର, ଶେଷ ହୋଇଯିବ ସେପ୍ଟେମ୍ବର ମାସ । ଏହି ମାସରେ ଅନେକ ପର୍ବପର୍ବାଣୀ ପାଳନ କରାଯିବ । ତେଣୁ ଗାନ୍ଧୀ ଜୟନ୍ତୀ ଏବଂ ଦୁର୍ଗାପୂଜା ଭଳି ବିଭିନ୍ନ ପର୍ବ ପାଇଁ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଆସନ୍ତା ମାସରେ ବ୍ୟାଙ୍କ ସହ ଜଡ଼ିତ କୌଣସି କାମ ରହିଥିଲେ, ଏହାକୁ ଯଥାଶୀଘ୍ର ସାରି ଦିଅନ୍ତୁ । ନଚେତ୍ ଆପଣଙ୍କ କାମ ଅଧୁରା ରହି ଯାଇପାରେ । ଅକ୍ଟୋବର ମାସରେ ଥିବା ବ୍ୟାଙ୍କ ଛୁଟି ତାଲିକା ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ । ଅକ୍ଟୋବର ମାସରେ ପ୍ରାୟ ୧୫ ଦିନ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।

୨୦୨୪ ବର୍ଷ ଆରମ୍ଭ ସହିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥିଲା । ଏହା ପରେ, ମାସ ଆରମ୍ଭରେ ମଧ୍ୟ ଆରବିଆଇ ଦ୍ୱାରା ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଥାଏ । ଆଗାମୀ ମାସରେ ମହାତ୍ମା ଗାନ୍ଧୀ ଜୟନ୍ତୀ, ମହାଳୟା, ଦଶହରା, ଦୀପାବଳି, କାଳୀପୂଜା ଇତ୍ୟାଦି ପର୍ବ ପର୍ବାଣୀ ସହ ଅନେକ କାରଣ ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେବେ ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ କେବେ ଏବଂ କେଉଁ ସମୟରେ ବନ୍ଦ ରହିବ? ଆସନ୍ତୁ ଜାଣିବା…

ଅକ୍ଟୋବର ୧: ଜମ୍ମୁରେ ବିଦାନସଭା ନିର୍ବାଚନ ପାଇଁ ବନ୍ଦ ରହିବ ବ୍ୟାଙ୍କ
ଅକ୍ଟୋବର ୨: ଗାନ୍ଧୀ ଜୟନ୍ତୀ ଏବଂ ମହାଳୟା ଅମାବାସ୍ୟା ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ
ଅକ୍ଟୋବର ୩: ନବରାତ୍ରୀ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ
ଅକ୍ଟୋବର ୬: ରବିବାର
ଅକ୍ଟୋବର ୧୦: ଦୁର୍ଗାପୂଜା ପାଇଁ ତ୍ରିପୁରା, ଆସାମ, ନାଗାଲାଣ୍ଡ ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ
ଅକ୍ଟୋବର ୧୨: ଦଶହରା ଏବଂ ବିଜୟା ଦଶମୀ ସହ ମାସର ଦ୍ୱିତୀୟ ଶନିବାର ଅବସରରେ ନିୟମିତ ଛୁଟି ରହିବ
ଅକ୍ଟୋବର ୧୩: ରବିବାର
ଅକ୍ଟୋବର ୧୪: ସିକିମରେ ଛୁଟି ରହିବ ବ୍ୟାଙ୍କ
ଅକ୍ଟୋବର ୧୬: ଲକ୍ଷ୍ମୀପୂଜା ଅବସରରେ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ
ଅକ୍ଟୋବର ୧୭: ମହର୍ଷି ବାଲ୍ମିକୀ ଜୟନ୍ତୀ ଏବଂ ବିହୁ ଅବସରରେ କର୍ଣ୍ଣାଟକ, ଆସାମ ସମେତ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ
ଅକ୍ଟୋବର ୨୦: ରବିବାର
ଅକ୍ଟୋବର ୨୬: ଜମ୍ମୁ-କାଶ୍ମୀର ଦିବସ ଉପଲକ୍ଷେ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ଅକ୍ଟୋବର ୨୭: ରବିବାର
ଅକ୍ଟୋବର ୩୧: ଦୀପାବଳି, କାଳୀପୂଜା, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ, ନରକ ଚତୁର୍ଦ୍ଦଶୀ ଅବସରରେ ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ବନ୍ଦ । ତେବେ ତ୍ରିପୁରା, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ସିକିମ, ମଣିପୁର ଏବଂ ମେଘାଳୟ ବ୍ୟାକି ସମସ୍ତ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.