fbpx

ଚିରା-ଫଟା ପ୍ୟାଣ୍ଟ ପିନ୍ଧିଲେ ହୋଇପାରେ ଜେଲ! Ripped Jeans ଉପରେ ବ୍ୟାନ୍, ନ ମାନିଲେ ଭୟଙ୍କର ପରିଣାମ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ଷ୍ଟାଇଲ ଏବଂ ଫ୍ୟାସନ୍ ଖୁବ ବଦଳି ଯାଇଛି । ନୂଆ ଷ୍ଟାଇଲ ଏବଂ ନୂଆ ଡିଜାଇନର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଆଜିର ଯୁବପିଢୀ । ସବୁଠୁ ବେଶୀ ଲୋକପ୍ରିୟ ହୋଇଛି Ripped Jeans ବା ଚିରା-ଫଟା ପ୍ୟାଣ୍ଟ । କିନ୍ତୁ ଏଭଳି ଜିନ୍ସ ପିନ୍ଧିବା ଉପରେ ଏବେ ବ୍ୟାନ୍ ଆଦେଶ ଜାରି ହୋଇଛି । ଚିରା-ଫଟା ଜିନ୍ସ ପିନ୍ଧିଲେ ନିଆଯିବ କଡ଼ା ଆକ୍ସନ । ଏଭଳି ପ୍ୟାଣ୍ଟ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କୁହାଯାଇଛି । ତେଣୁ ଏହି ଡିଜାଇନର ପ୍ୟାଣ୍ଟ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇବା ସହ ଏହା ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏଭଳି ନିଷ୍ପତ୍ତି ଭାରତରେ ନୁହେଁ, ଉତ୍ତର କୋରିଆରେ ଲାଗୁ ହୋଇଛି । ଉତ୍ତର କୋରିଆ ନେତା କିମ୍-ଜୋଙ୍ଗ-ଉନ୍ ସରକାର ସାରା ଦେଶରେ ଏହି Ripped Jeans(ଚିରା-ଫଟା ପ୍ୟାଣ୍ଟ) ଉପରେ ରୋକ ଲଗାଇଛନ୍ତି । ଫଟା ଜିନ୍ସକୁ ‘ୱେଷ୍ଟର୍ଣ୍ଣ ଇନଫ୍ଲୁଏନ୍ସ’ର ପ୍ରତୀକ ବୋଲି କୁହାଯାଇଛି । ଏହାକୁ ସରକାର ଅସ୍ୱୀକାର କରିବା ସହ ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା ଦର୍ଶାଯାଇଛି । ଏହାବ୍ୟତୀତ ଦେଶର ସାଂସ୍କୃତିକ ଏବଂ ରାଜନୈତିକ ଧାରା ବିରୋଧୀ ଏବଂ ଏହା ପଶ୍ଚିମ ଦେଶରୁ ଅନୁସରଣ କରାଯାଉଛି ବୋଲି କହିଛନ୍ତି ସରକାର । ଏହି ନିୟମର ଉଲ୍ଲଙ୍ଘନ କଲେ, ଲୋକମାନଙ୍କୁ କଠୋର ଦଣ୍ଡର ସାମନା କରିବାକୁ ପଡ଼ିଥାଏ । ଚିରା-ଫଟା ଜିନ୍ସ ପିନ୍ଧିଲେ ସମ୍ପୃକ୍ତ ବ୍ୟକ୍ତି ଶ୍ରମ ଶିବର, ସାର୍ବଜନିକ ଭାବରେ ଆଲୋଚନା କରିବା ଏବଂ ଜେଲ ମଧ୍ୟ ହୋଇପାରେ । ପାଶ୍ଚାତ୍ୟ ଜୀବନଶୈଳୀରୁ ଦେଶର ଲୋକମାନଙ୍କୁ ଦୂରେଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ କେବଳ ରିପ୍ଡ ଜିନ୍ସ ନୁହେଁ, ଉତ୍ତର କୋରିଆରେ ୱେଷ୍ଟର୍ଣ୍ଣ ଡ୍ରେସ ଏବଂ ହେୟାର ଷ୍ଟାଇଲ ଉପରେ ମଧ୍ୟ ବ୍ୟାନ୍ ଲଗାଇଛନ୍ତି । ଏଠାକାର ଲୋକେ କେବଳ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେୟାର ଷ୍ଟାଇଲ କରିପାରିବେ ଏବଂ ସରକାରଙ୍କ ଅନୁମତି ପ୍ରାପ୍ତ ପୋଷାକ ପିନ୍ଧିପାରିବେ । ତେବେ ଫଟା ଜିନ୍ସ ପିନ୍ଧୁଥିବା ବ୍ୟକ୍ତିମାନଙ୍କୁ ସେଠାରେ ସମାଜ ବିରୋଧୀ ବୋଲି କୁହାଯାଏ । କିମ ଜୋଙ୍ଗ ଉନଙ୍କ ସରକାର ବିଶ୍ୱାସ କରନ୍ତି ଯେ ଏଭଳି ଫ୍ୟାଶନ ଦେଶର ସାଂସ୍କୃତିକ ପରିଚୟକୁ ଦୁର୍ବଳ କରିପାରେ । ତେଣୁ ଉତ୍ତର କୋରିଆରେ ଫଟା ଜିନ୍ସ ପିନ୍ଧିବା କେବଳ ଫ୍ୟାଶନ ବିରୁଦ୍ଧରେ ନୁହେଁ, ଏହା ସରକାରୀ ନିୟମ ଉଲ୍ଲଂଘନ କରିଥିବାରୁ କଠୋର ଦଣ୍ଡ ମଧ୍ୟ ଦେଇଥାଏ।

Get real time updates directly on you device, subscribe now.