fbpx

ପ୍ରଦୂଷଣ ରୋକିବ Artificial Rain: ଜାଣନ୍ତୁ କ’ଣ ଏହି ‘କୃତ୍ରିମ ବର୍ଷା’? କେତେ ଟଙ୍କା ହୁଏ ଖର୍ଚ୍ଚ?

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆ ସରକାର ଗଠନ ହୋଇଛି । ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବା ପରେ ଆତିଶୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ରାଜ୍ୟର ଶାସନ କ୍ଷମତା ହାତକୁ ନେବା ମାତ୍ରେ ଆତିଶୀଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇ ଠିଆ ହେବାକୁ ଯାଉଛି ରାଜ୍ୟର ପ୍ରଦୂଷଣ । କାରଣ ଅକ୍ଟୋବର-ନଭେମ୍ବର ମାସରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଚରମ ସୀମାରେ ପହଞ୍ଚିଯାଏ । ଯାହା ଫଳରେ ହନ୍ତସନ୍ତ ହୋଇ ପଡ଼ନ୍ତି ରାଜ୍ୟବାସୀ । ତେଣୁ ଦିଲ୍ଲୀରେ ‘ଆର୍ଟିଫିସିଆଲ ରେନ୍’ ବା ‘କୃତ୍ରିମ ବର୍ଷା’ କରାଇବା ପାଇଁ ସରକାର ପୁଣିଥରେ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଏହାଦ୍ୱାରା ପ୍ରଦୂଷଣର ମାତ୍ରା ସାମାନ୍ୟ ହ୍ରାସ ପାଇଥାଏ । ବୈଜ୍ଞାନିକ ପଦ୍ଧତିରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲକ୍ଷ୍ୟରେ ଏହି ବର୍ଷା କରାଯିବ । ଏଥିପାଇଁ ଆଇଆଇଟି କାନପୁରକୁ ସରକାର ଗୁରୁଦାୟିତ୍ୱ ଦେଇଛନ୍ତି ।

ସୂଚନା ଅନୁସାରେ, କ୍ଲାଉଡ ସିଡିଂ ମାଧ୍ୟମରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆର୍ଟିଫିସିଆଲ ରେନ୍ ବା କୃତ୍ରିମ ବର୍ଷା କରିବା ନେଇ ଆଇଆଇଟି କାନପୁର ପକ୍ଷରୁ ଏକ ନୂଆ ପଦ୍ଧତି ବିକଶିତ ହୋଇଛି । ଏହି ପ୍ରକ୍ରିୟାରେ ଲୁଣରୁ ବାହାରୁଥିବା ‘ସିଲଭର ଆୟୋଡାଇଡ’ ପାର୍ଟିକଲ ଏୟାରକ୍ରାଫ୍ଟ ଜରିଆରେ ଆକାଶରେ ‘ସିଲଭର ଆୟୋଡାଇଡ’ ସ୍ପ୍ରେ କରାଯାଏ । ତେବେ ବାଦଲ ସଂପର୍କରେ ଏହି ‘ସିଲଭର ଆୟୋଡାଇଡ୍’ ଆସିବର ଫଳରେ ବର୍ଷା ସୃଷ୍ଟିକାରୀ ବାଦଲ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଏହା ସାହାଯ୍ୟରେ ସେହି ଅଞ୍ଚଳରେ ହୋଇଥାଏ କୃତ୍ରିମ ବର୍ଷା । ବୈଜ୍ଞାନିକମାନେ ଏହାକୁ କ୍ଲାଉଡ ସିଡିଂ ବୋଲି ମଧ୍ୟ କହିଥାନ୍ତି । ତେବେ ଗତବର୍ଷ ନଭେମ୍ବର ୨୦ ଓ ୨୧ ତାରିଖରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବ ।

କୃତ୍ରିମ ବର୍ଷା ପାଇଁ ବୈଜ୍ଞାନିକମାନେ ରୂପା ଆୟୋଡିଡ୍, ଶୁଖିଲା ବରଫ ଏବଂ ସାଧାରଣ ଲୁଣକୁ ଆକାଶର ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ମେଘରେ ଛାଡି ଦିଅନ୍ତି । ଏହାକୁ କ୍ଲାଉଡ୍ ସିଡ୍ ବୋଲି କୁହାଯାଏ । ଏଥିପାଇଁ ବିମାନରେ ବାଦଲ ମଧ୍ୟରେ ଉଡ଼ିବା ଆବଶ୍ୟକ ନୁହେଁ । ଏହି କାମ ବେଲୁନ୍ କିମ୍ବା ରକେଟ୍ ସହିତ ମଧ୍ୟ କରାଯାଇପାରିବ । ଏହି ସମସ୍ତ କାର୍ୟ୍ୟ ପାଇଁ ମେଘର ସଠିକ୍ ଚୟନ ଆବଶ୍ୟକ । ଶୀତଦିନେ ମେଘରେ ପର୍ୟ୍ୟାପ୍ତ ଜଳ ମିଳି ନଥାଏ ଏବଂ ମେଘ ସୃଷ୍ଟି କରିବା ପାଇଁ ପର୍ୟ୍ୟାପ୍ତ ଆର୍ଦ୍ରତା ମଧ୍ୟ ମିଳିପାରେ ନାହିଁ । ଯଦି ପାଗ ଶୁଖିଯାଏ, ଭୂମିରେ ପହଞ୍ଚିବା ପୂର୍ବରୁ ଜଳ ବୁନ୍ଦା ବାଷ୍ପରେ ପରିଣତ ହୋଇଯାଏ ।

ଦିଲ୍ଲୀରେ କୃତ୍ରିମ ବର୍ଷା କରାଗଲେ, ଏଥିରେ ପ୍ରାୟ ୧୦-୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ଦୁନିଆରେ ୫୩ଟି ଦେଶରେ ଏହାର ପ୍ରୟୋଗ କରାଯାଇଛି । କାନପୁରରେ ଏକ ଛୋଟ ବିମାନ ସାହାଯ୍ୟରେ ଏହି ‘ଆର୍ଟିଫିସିଆଲ ରେନ୍’ର ଛୋଟ ଟ୍ରାଏଲ କରାଯାଇଛି । ଏହାପୂର୍ବରୁ ୨୦୧୯ ମସିହାରେ ମଧ୍ୟ ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ ପ୍ରସ୍ତୁତି ହୋଇଥିଲା, କିନ୍ତୁ ବାଦଲ ଅଭାବ ଯୋଗୁଁ ଇସ୍ରୋର ଅନୁମତି ନ ମିଳିବାରୁ ଏହା ସମ୍ଭବ ହୋଇ ପାରି ନଥିଲା ।

Get real time updates directly on you device, subscribe now.