fbpx

‘Clean Village’ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା: ସ୍କୁଲ ପିଲାଙ୍କ ପ୍ରତିଭା ଖୋଜୁଛି ଆଶ୍ରା-UAC

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି ସମାଜସେବୀ ସଂଗଠନ ଆଶ୍ରା ଫାଉଣ୍ଡେସନ ଓଡିଶା । ଏହି ପରିପ୍ରେକ୍ଷୀରେ ଆଶ୍ରା ଫାଉଣ୍ଡେସନ ଓଡିଶା ଏବଂ ୟୁନିକ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟର ମିଳିତ ଉଦ୍ୟମରେ “Hidden Art Talent Season-3” ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୨୬ ତାରିଖରେ ବାଣୀ ବିହାର ଉତ୍କଳ ନଗର ସ୍ଥିତ ୟୁନିଭରସିଟି ଉଚ୍ଚ ବିଦ୍ୟାଳୟରେ “Clean Village” ବିଷୟକୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ପରିବେଶ ସଚେତନତାର ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛି ସମାଜସେବୀ ସଂଗଠନ ।

ଭୁବନେଶ୍ୱରର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଉଅଛି । ୟୁନିଭରସିଟି ଉଚ୍ଚ ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ ୩୦ ଜଣ ପିଲା ଭାଗ ନେଇଥିବା ସହ ପ୍ରତ୍ୟେକ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଚିତ୍ରାଙ୍କନ ନିମନ୍ତେ ଆଗ୍ରହ ରଖିବାକୁ ଆହ୍ୱାନ ଦିଆଯାଇଥିଲା । ଏଥିରେ ଆଶ୍ରା ଫାଉଣ୍ଡେସନ ଓଡ଼ିଶାର ମୁଖ୍ୟ ସନ୍ତୋଷ ପଟ୍ଟନାୟକ ଓ ଶ୍ରୀନିବାସ ସାହୁ ଏବଂ ୟୁନିକ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟର ମୁଖ୍ୟ ଉଜ୍ଜ୍ବଳ ଚୌଧୁରୀଙ୍କ ତତ୍ୱାବଧାନରେ କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା ଓ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ପ୍ରତିଯୋଗିତା ଶେଷ ହୋଇଛି । ଏହାସହିତ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ପ୍ରତିଭା ଅନ୍ଵେଷଣର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.