fbpx

ଆଜି 8.30ରୁ ବନ୍ଦ ହୋଇଯିବ ଇଣ୍ଟରନେଟ୍; 8ଘଣ୍ଟା ଚାଲିବନି ମୋବାଇଲ, ଜାଣନ୍ତୁ କାରଣ କଣ

ଆସାମ୍: ଆଜି ସକାଳ 8ଟା30ରୁ ଅପରାହ୍ନ 4ଟା30 ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ସମ୍ପୁର୍ଣ୍ଣ 8 ଘଣ୍ଟା ଠପ୍ ହୋଇଯିବ ମୋବାଇଲ୍ । ଆସାମ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜି ଆସାମରେ ଗ୍ରୁପ ସି ସରକାରୀ ପଦବୀ ପାଇଁ ଲିଖିତ ପରୀକ୍ଷା ରହିଥିବା କାରଣରୁ ଆଗୁଆ ସତର୍କ ହୋଇଛନ୍ତି ସରକାର । ଅନେକ ସମୟରେ ପେପର ଲିକର ଖବର ସାମ୍ନାକୁ ଆସୁଥିବା ବେଳେ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଶେଷ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି କରି କୁହାଯାଇଛି ଯେ, ସ୍ବତନ୍ତ୍ର, ନିରପେକ୍ଷ ଏବଂ ସ୍ବଚ୍ଛ ଲିଖିତ ପରୀକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ଭାରତୀୟ ଟେଲିଗ୍ରାଫ୍ ଆକ୍ଟ, 1885 ର ଧାରା 5 (2) ର ବ୍ୟବସ୍ଥା ଅନୁଯାୟୀ ଟେଲିକମ୍ ସେବାଗୁଡିକର ସାମୟିକ ଭାବେ ବନ୍ଦ କରାଯାଇଛି । 29 ତାରିଖ ସକାଳ 8ଟା 30ରୁ 4ଟା 30 ଯାଏଁ ଇଣ୍ଟରନେଟ ସେବା ସାମୂହିକ ବନ୍ଦ ରହିବ । ବିଶେଷକରି ମୋବାଇଲ ଇଣ୍ଟରନେଟ, ମୋବାଇଲ ଓ୍ବାଇଫାଇକୁ ବନ୍ଦ କରାଯାଇଛି ।

ଆହୁରି ମଧ୍ୟ କୁହାଯାଇଛି ଯେ, ଭଏସ କଲ୍ ଏବଂ ଫିକ୍ସ ଟେଲିଫୋନ ଲାଇନ ଉପରେ ଆଧାରିତ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି କିନ୍ତୁ ଜାରି ରହିବ । ଯଦି କେହି ଅବମାନନା କରନ୍ତି ତାହାଲେ ଭାରତୀୟ ନ୍ୟାୟ ସଂହିତା, 2023 ର ଧାରା 223 ଏବଂ ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.