fbpx

ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର; ଜଣେ ଯବାନ ଶହୀଦ, 2 ଆତଙ୍କୀ ସଫା

ନୂଆଦିଲ୍ଲୀ: ଆଜି ମଧ୍ୟ ଜାମ୍ମୁକାଶ୍ମୀରରେ ଏନକାଉଣ୍ଟର ହୋଇଛି । ଏଥିରେ ଜଣେ ଯବାନ ଶହୀଦ ହୋଇଯାଇଥିବା ବେଳେ ଦୁଇଜଣ ଆତଙ୍କୀ ନିହତ ହୋଇଛନ୍ତି । ଅନ୍ୟପଟେ 4ଜଣ ଯବାନଙ୍କ ସହିତ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚସ ଅପରେସନ ଆରମ୍ଭ କରିଛନ୍ତି ।

ଜାମ୍ମୁ-କଶ୍ମୀର କଠୁଆରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏହାପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ସମୟରେ କଠୁଆ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ । ପ୍ରଥମେ ଆତଙ୍କୀମାନେ ଗୁଳିଚାଳନ କରିଥିବା ବେଳେ ପାଲଟା ଗୁଳି ବର୍ଷଣ କରିଥିଲେ ଯବାନ । ତେବେ ଏଥିରେ ଜଣେ ଶହୀଦ ହୋଇଥିବା ବେଳେ ଜଣେ ପୋଲିସଙ୍କର ଅବସ୍ଥା ସ୍ଥିର ଥିବା କଥା କୁହାଯାଉଛି ।  ବର୍ତ୍ତମାନ ସୁଦ୍ଧା ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାପୂର୍ବରୁ 15 ସେପ୍ଟେମ୍ବର 2024 ରେ ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେପ୍ଟେମ୍ବର 14 ରେ ବାରମୁଳା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

Get real time updates directly on you device, subscribe now.