fbpx

(Video)ରାତିରେ ମଦ ପିଇ ଗାଡି ଚଲାଉଥିଲେ ସାବଧାନ ! ଏଇଠି ହେଉଛି ଚେକିଂ, ପୋଲିସ କରିବ…

ଭୁବନେଶ୍ବର(ଓଡିଶା ଭାସ୍କର) : ରାତି ଅଧରେ ଗାଡିରୁ ଜବତ ହେଲା 4 ଲକ୍ଷ 77 ହଜାର ଟଙ୍କା । ଗାଡି ଚେକିଂ ବେଳେ କାରରୁ ବିଡା ବିଡା ଟଙ୍କା ଜବତ କଲା କମିଶନରେଟ୍ ପୋଲିସ । ରାତିରେ ଗାଡି ଚେକିଂ ବେଳେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ ଛକ ନିକଟରେ ଗାଡିରୁ ଟଙ୍କା ଜବତ ହୋଇଛି । ତେବେ ଗାଡି ଚାଳକ ଜଣକ ମଦ ପିଇ ଗାଡ଼ି ଚଲାଉଥିବା ଜଣାପଡିଛି ।

ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଚେକିଂ ଚାଲିଥିଲା । ତେବେ ଜଣ ଜଣଙ୍କ କାରକୁ ଅଟକାଇ ଚେକିଂ କରୁଥିଲା ପୋଲିସ । ଏହି ସମୟରେ ଦିବ୍ୟଜ୍ୟୋତିଙ୍କ କାରକୁ ଅଟକାଇଥିଲା ପୋଲିସ । ମଦ ପିଇ କାର୍ ଚଲାଉଥିବା ଜାଣି ଗାଡି ଚେକିଂ କରିଥିଲା । ତେବେ କାର୍ ଚେକିଂ ବେଳେ ଯାହା ମିଳିଲା ତାକୁ ଦେଖି ତାଜୁବ ହୋଇଗଲା ପୋଲିସ । ଏକ ବ୍ୟାଗ ଭିତରୁ ବିଡା ବିଡା ନୋଟ୍ ମିଳିଥିଲା । ଏହି ଟଙ୍କାର ମୋଟ ମୂଲ୍ୟ 4 ଲକ୍ଷ 77 ହଜାର ଟଙ୍କା ବୋଲି କୁହାଯାଇଛି । ତେବେ ମଦ ପିଇ ରାତି ଅଧରେ ଏତେ ଟଙ୍କା କୁଆଡୁ ଆଣିଲେ ସେନେଇ ପଚରାଉଚରା ଜାରି ରଖିଛି ପୋଲିସ । ଗାଡି ଜବତ କରିଥିବା ବେଳେ କାରଟି ଲାଟେଷ୍ଟ ମଡେଲ ହୋଇଥିବା ଜଣାପଡିଛି । ତେବେ ତଦନ୍ତ ପରେ ପ୍ରକୃତ ସତ୍ୟ ସ୍ପଷ୍ଟ ହେବ ।

Get real time updates directly on you device, subscribe now.