fbpx

କେବିନ ଭିତରକୁ ଡାକି ସାର୍… ପ୍ରଫେସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବଞ୍ଚଳ ୟୁନିଭର୍ସିଟିର ଜଣେ ପ୍ରଫେସରଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଛାତ୍ରୀଙ୍କୁ ବାରମ୍ବାର ହଇରାଣ କରୁଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି । ନିଜ କେବିନ ଭିତରକୁ ଡାକି ଛାତ୍ରୀଙ୍କ ସହ କଦର୍ଯ୍ୟ ବ୍ୟବହାର କରୁଥିବା କହିଛନ୍ତି ପୀଡ଼ିତା ଛାତ୍ରୀ । ଏହି ସମୟରେ ପ୍ରଫେସର ନିଶାଶକ୍ତ ଥିବା ମଧ୍ୟ ଅଭିଯୋଗରେ ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି । ଏହି ମାମଲାକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେପଟେ ମାମଲାକୁ ଗୁରୁତର ସହ ନେଇ ଯାଞ୍ଚ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୁଳପତି ଡା. ବନ୍ଦନା ସିଂହ ।

ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରଫେସର ଛାତ୍ରୀଙ୍କୁ ବାରମ୍ବାର ହ୍ୱାଟ୍ସଆପ୍ ଜରିଆରେ ଫୋନ୍ କରିବା ସହ ମେସେଜରେ ମଧ୍ୟ ହଇରାଣ କରୁଛନ୍ତି । ଏହାସହିତ ନିଜ କେବିନ ଭିତରକୁ ଡାକି ସେ ଛାତ୍ରୀଙ୍କ ସହ ଅଶ୍ଳୀଳବ୍ୟବହାର କରୁଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ସନ୍ଧ୍ୟା ୭.୩୦-୮.୦୦ ମଧ୍ୟରେ ନିଶାଶକ୍ତ ଅବସ୍ଥାରେ କଦର୍ଯ୍ୟ କଥାବାର୍ତ୍ତା କରିଥିଲେ ଏବଂ ଭିଡିଓ କଲ୍ କରିବା ପାଇଁ ଚାପ ସୃଷ୍ଟି କରୁଥିଲେ ବୋଲି ଛାତ୍ରୀ ଜଣକ କହିଛନ୍ତି । ଛାତ୍ରୀଙ୍କ ଏଭଳି ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟର କୁଳପତି ଡା. ବନ୍ଦନା ସିଂହ ଛାତ୍ରୀ ଉତ୍ପୀଡ଼ନ ମାମଲାରେ ଯାଞ୍ଚ ଆରମ୍ଭ କରିଛନ୍ତି ।

ପୀଡ଼ିତା ଏବଂ ଅଭିଯୁକ୍ତ ପ୍ରଫେସରଙ୍କ ଟେଲିଫୋନରେ ହୋଇଥିବା ଏକ ଅଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ମଧ୍ୟ ଯାଞ୍ଚ କରାଯାଉଛି । ଛାତ୍ରୀଙ୍କ ସହ ମୋବାଇଲରେ ଆପତ୍ତିଜନକ କଥାବାର୍ତ୍ତା କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ବର୍ତ୍ତମାନ ଆନ୍ତରିକ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିବା ବେଳେ ଏହାର ସମ୍ପୂର୍ଣ୍ଣ ଯାଞ୍ଚ ପରେ ହିଁ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ । ଛାତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଯେବେ ସେ ପ୍ରଫେସରଙ୍କ ଫୋନ୍ ଉଠାନ୍ତି ନାହିଁ କିମ୍ବା କେବିନକୁ ଯାଆନ୍ତି ନାହିଁ, ପ୍ରଫେସର ଅନ୍ୟ ପିଲାମାନଙ୍କ ସାମନାରେ ଅପମାନିତ କରନ୍ତି ।

ଭାଇରାଲ ଅଡିଓରେ ପ୍ରଫେସର ଛାତ୍ରୀଙ୍କ ହାଲଚାଲ ପଚାରିବା ପରେ ସେ ଅଫିସରେ ଅଛନ୍ତି ଏବଂ ଛାତ୍ରୀଙ୍କୁ ଭିଡିଓ କଲ୍ କରିବା ପାଇଁ କହିଛନ୍ତି । ସେ ବାରମ୍ବାର କହିବା ପରେ ମଧ୍ୟ ଛାତ୍ରୀ ଭିଡିଓ କଲ କରିବା ପାଇଁ ମନା କରି ଦେଇଥିଲେ । ଏହାପରେ ଛାତ୍ରୀଜଣକ ଫୋନ୍ କଲ୍ କାଟି ଦେଇଥିଲେ । ତେବେ ଏହି ମାମଲାକୁ ଗୁରୁତର ସହ ନେଇ ଯୌନ ଉତ୍ପୀଡ଼ନ ସେଲକୁ ଏହି ମାମଲା ପଠାଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ।

Get real time updates directly on you device, subscribe now.