fbpx

ମହାବିପଦର ସଂକେତ ଦେଉଛି ସୂର୍ଯ୍ୟପରାଗ! ଆସିବ ପ୍ରଳୟ, ଦେଶ-ଦେଶ ଭିତରେ ହେବ ଘମାଘୋଟ ଯୁଦ୍ଧ…

ଓଡ଼ିଶା ଭାସ୍କର: ଅକ୍ଟୋବର ୨ ତାରିଖରେ ଆଶ୍ୱୀନ ଅମାବାସ୍ୟାରେ ଲାଗିବ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ । କନ୍ୟା ରାଶି ଏବଂ ହସ୍ତ ନକ୍ଷତ୍ରରେ ଏହି ସୂଯ୍ୟପରାଗ ଲାଗିବ । ବୁଧ, କେତୁ ଏବଂ ସୂର୍ଯ୍ୟ ଏହି ସମୟରେ କନ୍ୟା ରାଶିରେ ରହୁଥିବା ବେଳେ ଏହି ସମୟରେ ୩ ଗ୍ରହ ଉପରେ ରାହୁଙ୍କର ସିଧା ଦୃଷ୍ଟି ରହିବ । ତେବେ ଏହି ସୂର୍ଯ୍ୟପରାଗକୁ ନେଇ ଜ୍ୟୋତିଷ ଗ୍ରନ୍ଥ ବୃହତସଂହିତାରେ ଭବିଷ୍ୟବାଣୀ କରାଯାଇଛି । ଯେେବେ ଗୋଟିଏ ବର୍ଷରେ ୨ଟି ଗ୍ରହଣ ଏକାସାଙ୍ଗରେ ହୁଏ, ଏହା ଭୟଙ୍କର ପରିଣାମର ସଂକେତ ହୋଇଥାଏ । ତେଣୁ ଏହି ସୂର୍ଯ୍ୟପରାଗ ମଧ୍ୟ ଏକ ଭୟଙ୍କର ପରିଣାମର ସଂକେତ ଦେଉଛି ବୋଲି ଆଶଙ୍କା କରାଯାଉଛି ।

ଆସନ୍ତା ସୂର୍ଯ୍ୟପରାଗ ଅକ୍ଟୋବର ୨ ତାରିଖ ଦିନ ପ୍ରାୟ ୬ ଘଣ୍ଟା ୦୪ ମିନିଟ ରହିବ । ସୂର୍ଯ୍ୟପରାଗର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ଏହାର ସୂତକ କାଳ ଆରମ୍ଭ ହେଉଛି ଏବଂ ଏହା ଗ୍ରହଣ ଲାଗିବା ପର୍ଯ୍ୟନ୍ତ ରହିବ । ତେବେ ଏହି ସୂର୍ଯ୍ୟପରାଗ ଏକ ଭୟଙ୍କର ପରିରାମର ସଂକେତ ବୋଲି କୁହାଯାଉଛି । ଆଗକୁ ବିଭିନ୍ନ ପ୍ରାକୃତିକ ବିପତ୍ତିର ସାମନା କରିପାରେ ପୃଥିବୀ । ଏହାବ୍ୟତୀତ ଭୂମିକମ୍ପ, ଗ୍ୟାସ ଦୁର୍ଘଟଣା ଏବଂ ବିମାନ ଦୁର୍ଘଟଣା ଇତ୍ୟାଦି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ସାରା ପୃଥିବୀରେ ରାଜନୈତିକ ଅସ୍ଥିରତା ସାଙ୍ଗକୁ ସୀମାରେ ମଧ୍ୟ ତିକ୍ତତା ଆରମ୍ଭ ହୋଇପାରେ । ତେବେ ରୋଜଗାର ଏବଂ ଆୟ କ୍ଷେତ୍ରରେ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି । ଦେଶର ଅର୍ଥବ୍ୟବସ୍ଥା ପାଇଁ ଏହି ସୂର୍ଯ୍ୟପରାଗ ଶୁଭ ସଂକେତ ଦେଉଥିବା ଜ୍ୟୋତିଷ ଶାସ୍ତ୍ରରୁ ସୂଚନା ମିଳିଛି ।

ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ୱାଭାବିକ ରହିବ । ଦୁର୍ଘଟଣା, ଅଗ୍ନି, ଆତଙ୍କ ଏବଂ ତିକ୍ତତାର ସମ୍ଭାବନା ଦେଖାଯିବା ସହ ଆନ୍ଦୋଳନ, ବିରୋଧ, ଧର୍ମଘଟ, ବ୍ୟାଙ୍କ ସ୍କାମ, ବିମାନ ଦୁର୍ଘଟଣା, ବିମାନ ତ୍ରୁଟି ଇତ୍ୟାଦିରେ ମଧ୍ୟ ବୃଦ୍ଧି ଦେଖିପାରେ ସାରା ପୃଥିବୀ । ଏହାବ୍ୟତୀତ ମନୋରଞ୍ଜନ, ଚଳଚ୍ଚିତ୍ର, କ୍ରୀଡା ଏବଂ ସଂଗୀତ କ୍ଷେତ୍ରରୁ ଦୁଃଖଦ ଖବର ଆସିପାରେ । ବଡ ନେତାଙ୍କଠାରୁ ଦୁଃଖଦ ଖବର ପାଇବାର ସମ୍ଭାବନା ରହିଛି । ତେବେ ମଧ୍ୟ ପୂର୍ବ ଦେଶରେ ଅବସ୍ଥା ଆହୁରି ଖରାପ ହୋଇପାରେ, ଏଠାରେ ଉତ୍ତେଜନା ବୃଦ୍ଧି ପାଇବା ସହ ଜୀବନ ହାନି ହେବାର ମଧ୍ୟ ସମ୍ଭାବନା ରହିଛି। ଏଠାରେ ସାଂଘାତିକ ଅସ୍ତ୍ର ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ଆଖି, ନାକ ଏବଂ କାନକୁ ପ୍ରଭାବିତ କରୁଥିବା ରୋଗ ଲୋକଙ୍କୁ ଅସୁବିଧାରେ ପକାଇପାରେ । ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ତେବେ ଷ୍ଟକ୍ ମାର୍କେଟରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଜ୍ୟୋତିଷ ଶାସ୍ତ୍ରରୁ ଅନୁମାନ କରାଯାଉଛି । କିନ୍ତୁ ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଯିବ ନାହିଁ । ତେଣୁ ଏହାର ସୂତକ କାଳ ମାନ୍ୟ ହେବ ନାହିଁ । ସୂର୍ଯ୍ୟଗ୍ରହଣର ଅଧିକାଂଶ ପଥ ପ୍ରଶାନ୍ତ ମହାସାଗରରେ ରହିବ । ଦକ୍ଷିଣ ଆଫ୍ରିକା, ଚିଲି ଏବଂ ଆର୍ଜେଣ୍ଟିନାରେ ଏହା ସ୍ପଷ୍ଟ ଦେଖାଯିବ ।

Get real time updates directly on you device, subscribe now.