fbpx

Breaking: ଭୁଲବଶତଃ ନିଜକୁ ଗୁଳି କଲେ ଅଭିନେତା ଗୋବିନ୍ଦା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଆହତ ହେଲେ ଷ୍ଟାର ତଥା ଶିବସେନା ନେତା ଗୋବିନ୍ଦା । ଗୋଡରେ ଗୁଳି ବାଜିବା କାରଣରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଜ ଗୁଳିରେ ଗୋବିନ୍ଦା ଆହତ ହୋଇଥିବା ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ବାଜିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ମିଳିପାରିନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ତେବେ ମୁମ୍ବାଇ ପୋଲିସ ସମସ୍ତ ବିଷୟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.