fbpx

(Video) ପ୍ଲିଜ ମୋତେ ଲିଫ୍ଟ ଦିଅ.. ରାସ୍ତାକଡରେ ଛିଡା ହୋଇ ହାତ ଠାରୁଛି ଭାଲୁ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ସର୍ବଦା ସୋସିଆଲ ମିଡିଆରେ ପଶୁମାନଙ୍କର ଭିଡିଓ ଭାଇରାଲ ହୋଇଥାଏ । ବର୍ତ୍ତମାନ ଭାଲୁର ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିଲେ ନହସି ରହି ହେବ ନାହିଁ । ଭାଲୁର ଅଙ୍ଗଭଙ୍ଗିକୁ ଦେଖିଲେ ବୁଝିବା ତ ଦୂରର କଥା ଏତେ ସଚ୍ଚୋଟ କାହିଁକି ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି ।  ଏକ ପରିବାର କାରରେ ଯାଉଥିବା ବେଳେ ରାସ୍ତାକଡରେ ଏକ ଭାଲୁ ହାତ ହଲାଇ ଲିଫ୍ଟ ମାଗୁଥିବା ଦେଖାଯାଇଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛି ଯେ, ରାସ୍ତାକଡରେ ଭାଲୁ ଛିଡା ହୋଇ ହାତ ଠାରି ଡାକୁଥିବା ଦେଖାଯାଇଛି । ଦୁଇଟି ଗୋଡରେ ଛିଡା ହୋଇ ହାତ ଠାରୁଥିବା ଦେଖାଯାଇଛି । ତେବେ ଏହି ଭିଡିଓକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କେତେକ ୟୁଜର୍ସ ଭାଲୁ ଖୁସି ଥିବା କହିଥିବା ବେଳେ ଅନ୍ୟ କିଛି ଜଣ ଭାଲୁ ଲିଫ୍ଟ ମାଗୁଛି ବୋଲି କହିଛନ୍ତି । ଅନ୍ୟ ଜଣେ ୟୁଜର୍ସ ମଜାଦାର କମେଣ୍ଟ କରି କହିଛନ୍ତି, ଭାଲୁଟି ଲୋକଙ୍କ ସାମ୍ନାରେ ସଚ୍ଚୋଟ ଦେଖାଇବା ପାଇଁ ଚେଷ୍ଟା କରୁଛି । ତୁମେ ଏତେ ଶୀଘ୍ର କାହିଁକି ଯାଉଛ । ତେବେ ଭାଲୁର ଏହି ଭିଡିଓକୁ ଅଧିକ ସଂଖ୍ୟକ ଲୋକେ ସେୟାର କରୁଥିବା ଦେଖାଯାଇଛି ।

 

View this post on Instagram

 

A post shared by Pubity (@pubity)

Get real time updates directly on you device, subscribe now.