fbpx

SAARCରେ ଏହି ପ୍ରସ୍ତାବକୁ ପୁନରୁଦ୍ଧାର କରିବା ପାଇଁ ପାକ୍‌ର ପ୍ରୟାସ, ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଏଣିକି ସାର୍କ (SAARC)ର ଅସ୍ତିତ୍ୱ କେବଳ ଦସ୍ତାବିଜରେ ସୀମିତ ରହିବା ଭଳି ମନେହେଉଛି । କାରଣ ସାର୍କର ପୁନରୁଦ୍ଧାର ସଂକ୍ରାନ୍ତ ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ସବୁଠାରୁ ରୋଚକ କଥା ହେଉଛି ସାର୍କକୁ ପୁନରୁଦ୍ଧାର କରିବା ପାଇଁ ନେପାଳ, ବାଂଲାଦେଶ ଓ ପାକିସ୍ତାନ ଭଳି ଭାରତର ପଡ଼ୋଶୀ ଦେଶମାନେ ଏହି ପଦକ୍ଷେପ ନେଇଛନ୍ତି ।

ତିନି ଦେଶ ଏହାକୁ ପୁନରୁଦ୍ଧାର କରିବାକୁ ଚାହୁଁଥିଲେ । ମଙ୍ଗଳବାର ନ୍ୟୁୟର୍କରେ SAARC ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ (ୟୁଏନଜିଏ ଶିଖର ସମ୍ମିଳନୀ ଅବସରରେ) ସମୟରେ ନେପାଳ ପକ୍ଷରୁ ଏହି ଅନୁରୋଧ କରାଯାଇଥିଲା । କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଭାରତ ତରଫରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆତଙ୍କବାଦ ରୋକିବା ପାଇଁ ପାକିସ୍ତାନ କୌଣସି ଦାୟିତ୍ୱବାନ ପଦକ୍ଷେପ ନ ନେଲେ ସେ ଏଭଳି କୌଣସି ବୈଠକରେ ଯୋଗ ଦେବ ନାହିଁ ।

ବାସ୍ତବରେ ସମସ୍ତ ସଦସ୍ୟ ରାଷ୍ଟ୍ର ରାଜି ନହେଲେ ସାର୍କ ବୈଠକ କିମ୍ବା ସମ୍ମିଳନୀ ଆୟୋଜନ କରାଯାଇପାରିବ ନାହିଁ । ଯଦି ଗୋଟିଏ ଦେଶ/ସଦସ୍ୟ ମଧ୍ୟ ଅଂଶଗ୍ରହଣ କରିବାକୁ ମନା କରନ୍ତି ତେବେ ବୈଠକ ହୁଏ ନାହିଁ । ଏସବୁକୁ ଦେଖିଲେ ମନେହେଉଛି କେବଳ ଦସ୍ତାବିଜରେ ରହିଯିବ SAARC ।

Get real time updates directly on you device, subscribe now.