fbpx

ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇ ବ୍ୟବହାର ମାମଲା; ନିଲମ୍ବିତ ହେଲେ ପାଳିଆ ସେବକ

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇ ବ୍ୟବହାରକୁ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷଘରେ ପ୍ରବେଶ ନିଷିଦ୍ଧ । ଏପରିକି ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି ।

କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । କହିଲେ ‘ମହାପ୍ରଭୁଙ୍କ ସେବାରେ ପରମ୍ପରା ବହିର୍ଭୂତ କାର୍ଯ୍ୟ ବରଦାସ୍ତ କରାଯିବନି’ । ସେପଟେ ତିରୁପତି ଘଟଣା ପରେ ଶ୍ରୀମନ୍ଦିରରେ ପରୀକ୍ଷଣ ହେବ ଅବଢ଼ାର ମାନ । ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଏବଂ ରୋଷଶାଳାରୁ ଅବଢ଼ା ବାହାରିବା ପରେ ପରୀକ୍ଷଣ ହେବ ।

ଅବଢ଼ାର ଶୁଦ୍ଧତା ପାଇଁ ଫୁଡ୍ ଇନ୍ସପେକ୍ଟର ଗୁରୁଦାୟିତ୍ୱ ତୁଲାଇବେ । ଏହା ସହ ଭୋଜନରେ ବ୍ୟବହାର ହେଉଥିବା ଘିଅର ମଧ୍ୟ ମାନ ପରୀକ୍ଷଣ ହେବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ଆଗାମୀ ଦିନରେ ଶ୍ରୀମନ୍ଦିରରେ ଅବଢ଼ାକୁ ନେଇ ଯେପରି କୌଣସି ଅଭିଯୋଗ ନ ଆସେ ସେ ନେଇ ପଦକ୍ଷେପ ଗ୍ରହଣ କରିବା ଦିଗରେ ତତ୍ପରତା ଦେଖାଇଛନ୍ତି ଆଇନ୍ ମନ୍ତ୍ରୀ ।

Get real time updates directly on you device, subscribe now.