fbpx

୧୭ ବର୍ଷରୁ କମ୍ SAFF ଚାମ୍ପିୟନସିପ୍: ବାଂଲାଦେଶକୁ ହରାଇ ୬ଷ୍ଠ ଥର ଟ୍ରଫି ହାତେଇଲା ଭାରତ

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ ଦକ୍ଷିଣ ଏସୀୟ ଫୁଟବଲ ଫେଡେରେସନ (ସାଫ) ଚାମ୍ପିୟନସିପରେ ଦମ୍ ଦେଖାଇଛି ଭାରତୀୟ ଯୁବ ବାହିନୀ । ଫାଇନାଲରେ ପ୍ରତିପକ୍ଷ ବାଂଲାଦେଶକୁ ୨-୦ ଗୋଲ ବ୍ୟବଧାନରେ ପରାସ୍ତ କରି ଭାରତ ୬ଷ୍ଠ ଥର ପାଇଁ ସାଫ୍ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଭୁଟାର ଥିମ୍ପୁଠାରେ ଆୟୋଜିତ ହୋଇଥିବା ନବମ ସଂସ୍କରଣର ଫାଇନାଲରେ ବିଜୟୀ ହୋଇ ଭାରତ ଟ୍ରଫି ବଜାୟ ରଖିବାରେ ସଫଳ ହୋଇଛି । ଭାରତ ପକ୍ଷରୁ ମହମ୍ମଦ କୈଫ ଓ ଅରବାସ୍ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।

ଏହା ପୂର୍ବରୁ ଭାରତ ୨୦୧୩, ୨୦୧୭, ୨୦୧୯, ୨୦୨୨ ଓ ୨୦୨୩ରେ ଅଣ୍ଡର-୧୭ ସାଫ୍ ଚାମ୍ପିୟନସିଫ ଟ୍ରଫି ହାତେଇଥିଲା । ଫାଇନାଲ ମ୍ୟାଚର ପ୍ରଥମାର୍ଦ୍ଧାରେ ଖେଳ ବେଶ୍ ରୋମାଞ୍ଚକର ହୋଇଥିଲା । ଉଭୟ ଦଳର ଖେଳାଳିମାନେ ବିଜୟ ଲକ୍ଷ୍ୟ ନେଇ ଆକ୍ରମଣାତ୍ମକ ପନ୍ଥା ଆପଣାଇଥିଲେ । ଉଭୟ ଦଳ ପାଇଁ ଏକାଧିକ ଗୋଲ ସ୍କୋରର ସୁଯୋଗ ସୃଷ୍ଟି ହୋଇଥିଲେ ହେଁ କୌଣସି ଦଳ ଖାତା ଖୋଲିପାରି ନଥିଲେ । ଏହାପରେ ଦ୍ୱିତୀୟାର୍ଦ୍ଧରେ ୧୩ ମିନିଟ୍ ସମୟରେ ଭାରତ ପକ୍ଷରୁ କୈଫ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଏାପରେ ବାଂଲାଦେଶ ଗୋଲ ପରିଶୋଧ ନିମନ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲା । ପରବର୍ତ୍ତୀ ସମୟରେ ଭାରତର ପକ୍ଷରୁ ଅରବାସ୍ ଆଉ ଏକ ଗୋଲ ସ୍କୋର କରିବା ଫଳରେ ଭାରତ ୨-୦ରେ ବିଜୟୀ ହୋଇ ଟାଇଲ ହାସଲ କରିଥିଲା ।

Get real time updates directly on you device, subscribe now.