fbpx

ଗୋଲ୍ଡରେ ନିବେଶ ପାଇଁ ଫୋନ ପେ’ ଲଞ୍ଚ କଲା ନୂଆ ପ୍ଲାନ୍ ‘ଡେଲି ସେଭିଙ୍ଗସ୍’: ସୁନା ଦର ୧ ଲକ୍ଷ ଟପିବା ନେଇ ଆକଳନ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଆପଣମାନେ ଯଦି ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । ନିକଟରେ ସୁନା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିପାରେ । ଗତ ମାସ ୨୧ ତାରିଖରେ ୧୦ ଗ୍ରାମ ସୁନା ଦର ୭୪,୦୯୩ ଟଙ୍କା ରହିଥିବା ବେଳେ ୨୮ରେ ତାହା ୭୫,୬୪୦ ଟଙ୍କାରେ ପହଞ୍ଚି ଯାଇଥିଲା । ତେବେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୨,୨୮୮ ଟଙ୍କା ସୁନା ଦର ବୃଦ୍ଧି ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି । ଗତ ଜାନୁଆରୀ ପହିଲାରେ ସୁନା ଦର ୬୩,୩୫୨ ଟଙ୍କା ରହିଥିବା ବେଳେ ଏବେ ତାହା ୭୫ ହଜାର ଟଙ୍କା ଉପରେ ରହିଛି ।

ୟୁଏସ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ହ୍ରାସ ଫଳରେ ସୁନା ଦର ବୃଦ୍ଧି ପାଉଛି ଓ ଡଲାର ଦୁର୍ବଳ ହେଉଛି । ଗତ କିଛି ମାସ ମଧ୍ୟରେ ସାରା ଦୁନିଆରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା କ୍ରମାଗତ ଭାବେ ସୁନା କ୍ରୟ କରାଯାଉଛି । ଏଥିସହିତ କିଛି ରାଷ୍ଟ୍ର ମଧ୍ୟରେ ଯୁଦ୍ଧି ପରିସ୍ଥିତି କାରଣରୁ ସୁନା ଦର ବୃଦ୍ଧି ପାଉଛି । ଆଗାମୀ ଦିନରେ ମଧ୍ୟ ସୁନା ଦର ଆହୁରି ବୃଦ୍ଧି ପାଇବା ସହ ୧୦ ଗ୍ରାମ ସୁନା ଦର ୧ ଲକ୍ଷ ଟଙ୍କା ଟପିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେଣୁ ଏବେଠାରୁ ସୁନାରେ ନିବେଶ କରୁଥିବା ଗ୍ରାହକମାନେ ଆଗାମୀ ଦିନରେ ଏଥିରୁ ନିଶ୍ଚିତ ଭାବେ ବଡ଼ ରିଟର୍ଣ୍ଣ ପାଇବାର ସୁଯୋଗ ରହିଛି ।

ତେବେ ଏହା ମଧ୍ୟରେ ମାଇକ୍ରୋ ସେଭିଙ୍ଗସ ପ୍ଲାଟଫର୍ମ ଜାର ସହ ମିଶି ଫୋନ୍ ପେ ଏକ ନୂଆ ପ୍ରଡକ୍ଟ ‘ଡେଲି ସେଭିଙ୍ଗସ’ ଲଞ୍ଚ କରିଛି । ଏହି ପ୍ରଡକ୍ଟର ସହାୟତାରେ ୟୁଜର୍ସ ପ୍ରତ୍ୟେକ ଦିନ ଅଳ୍ପ ଅର୍ଥରେ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଟରେ ନିବେଶ କରିପାରିବେ । ଗ୍ରାହକମାନେ ଏହି ନୂଆ ପ୍ରଡକ୍ଟ ଜରିଆରେ ପ୍ରତ୍ୟେକ ଦିନ ଅତିକ୍ରମରେ ୧୦ ଟଙ୍କାରରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ ଗୋଲ୍ଡରେ ନିବେଶ କରିପାରିବେ । ଏହି ନିବେଶ ଲୋକଙ୍କୁ ଧୀରେଧୀରେ ଅର୍ଥ ସଞ୍ଚୟ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.