fbpx

ସାବଧାନ ଜନତା! କଟକ ଉପକଣ୍ଠରେ ବୁଲୁଛି ବାଘ, ବୈତରଣୀରେ ବୁଲୁଛି ୧୭ ଫୁଟିଆ କୁମ୍ଭୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ଦୁଇଟି ଜିଲ୍ଲାରେ ବାଘ ଓ କୁମ୍ଭୀରଙ୍କୁ ନେଇ ଏବେ ଆତଙ୍କ ଖେଳିଯାଇଛି । ତେଣୁ ଜନସାଧାରଣ ବାହାରକୁ ଯାଉଥିବା ସମୟରେ ସତର୍କ ରହିବା ନିହାତି ଜରୁରୀ । କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ୱର ପଞ୍ଚାୟତରେ ବାଘ ଆତଙ୍କ ଦେଖାଦେଇଛି । କୁଲଗାଈଶାଳ ଗ୍ରାମରେ ବାଘ ବୁଲୁଥିବା ନେଇ ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି । ଏପରିକି ସୋମବାର ଦିନ ସନ୍ଧ୍ୟା ସମୟରେ ଏକ କଲରାପତରିଆ ବାଘ ବୁଲୁଥିବା ଦେଇ ଅଞ୍ଚଳବାସୀ ଦେଖିଥିବା ଦାବି କରିଛନ୍ତି । ଏହାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ସେହିପରି ଆରଡି ନିକଟସ୍ଥ ବୋଡକ ଓ ସାଠିବାଙ୍କୁଡ଼ା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀରେ ଆଜି ୧୬-୧୭ ଫୁଟ ଲମ୍ବ ବିଶିଷ୍ଟ ଏକ କୁମ୍ଭୀର ଘୂରି ବୁଲୁଥିବା ଖବର ମିଳିଛି । କୁମ୍ଭୀରକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିବା ସହିତ ତାକୁ ଇଟା, ପଥର ମାରି ଘଉଡ଼ାଇ ଦେଇଥିଲେ । ନଦୀକୂଳିଆ ଲୋକମାନେ ପ୍ରତିଦିନ ମାଛ ମାରିବା ଓ ପାଣି ଆଣିବାକୁ ଯାଉଥିବାରୁ କୁମ୍ଭୀର କଥା ଶୁଣିବା ପରେ ଏବେ ସେମାନଙ୍କ ମନରେ ଛନକା ପଶିଯାଇଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବୈତରଣୀ ନଦୀର ୩-୪ଟି ସ୍ଥାନରେ ସଚେତନତା ଫଳକ ଲଗା ଯାଇଥିଲା । ମାତ୍ର ତାରବାଡ଼ ନଥିବାରୁ ହିଂସ୍ର କୁମ୍ଭୀର ମଣିଷଙ୍କ ସମେତ ଗୃହପାଳିତ ପଶୁଙ୍କୁ ଶିକାର କରିନେଉଥିବା ନଦୀକୂଳିଆ ଲୋକମାନେ କହିଛନ୍ତି ।

Get real time updates directly on you device, subscribe now.