fbpx

ଅଫରକୁ ଦେଖି ଗ୍ରାହକଙ୍କର ନିଦ ହଜିଗଲା! ୩ ମାସ ପାଇଁ ମିଳୁଛି ମାଗଣା ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଜମାନାରେ ସମସ୍ତଙ୍କ ପାଇଁ ଇଣ୍ଟରନେଟ ସେବା ବେଶ୍ ଜରୁରୀ ହୋଇ ପଡ଼ିଛି । ବିଶେଷ କରି ଲୋକମାନେ ହ୍ୱାଟସଆପ, ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ପରି ଏକାଧିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବ୍ୟସ୍ତ ରହୁଥିବା ଦେଖାଯାଉଛି । ତେବେ ଅଧିକ ସମୟ ଇଣ୍ଟରନେଟ ଚଳାଇବା ଫଳରେ ଗ୍ରାହକଙ୍କର ପ୍ୟାକ୍ ସରିଯାଇଥାଏ । ଫଳରେ ଗ୍ରାହମାନେ ଅଧିକ ଡାଟା ଥିବା ପ୍ଲାନ୍ କିଣିବାକୁ ବାଧ୍ୟ ହୋଇଥାନ୍ତି । ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ କମ୍ପାନୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ନୂଆ ନୂଆ ଶସ୍ତା ଅଫର ସବୁ ଲଞ୍ଚ କରିଥାନ୍ତି ।

ତେବେ ଏହା ମଧ୍ୟରେ ଜବରଦସ୍ତ ଅଫର ସାମ୍ନାକୁ ଆସିଛି । ଏହି ଅଫର ଶୁଣି ସତେଯେମିତି ଗ୍ରାହକଙ୍କର ନିଦ ହଜିଯାଇଛି । ଗୋଟିଏ ପ୍ଲାନରେ ଗ୍ରାହକମାନେ ୩ ମାସ ପାଇଁ ମାଗଣାରେ ଇଣ୍ଟରନେଟ ସେବା ପାଇ ପାରିବେ । ଏଥିସହିତ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭଳି ୧୮ଟି ଓଟିଟି ପ୍ଲାଟଫର୍ମ ଓ ୧୫୦ରୁ ଅଧିକ ଲାଇଭ ଟିଭି ଦେଖିବାର ସୁଯୋଗ ପାଇବେ । ହୋମ୍ ଇଣ୍ଟରନେଟ୍ ଷ୍ଟାଟଅପ୍ କମ୍ପାନୀ ଏକ୍ସସାଇଟେଲ ଏଭଳି ଏକ ଜବରଦସ୍ତ ଅଫର ଆଣିଛି । ଏଣ୍ଡ ଅଫ୍ ସିଜିନ୍ ସେଲରେ କମ୍ପାନୀ ଏହି ଅଫର ଦେଉଛି ।

ଗ୍ରାହକମାନେ ୯ ମାସର ପ୍ଲାନରେ ରିଚାର୍ଜ କରି ୩ ମାସର ଫି’ ଇଣ୍ଟରନେଟ୍ ସେବା ପାଇ ପାରିବେ । ନୂଆ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ ନେବାକୁ ଇଚ୍ଛୁକ ଗ୍ରାହକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଗ୍ରାହକମାନେ ମାଗଣା ହାଇସ୍ପିଡ୍ ଇଣ୍ଟରନେଟ ସହ ଏକାଧିକ ଓଟିଟି ଓ ଲାଇଭ୍ ଟିଭି ଚ୍ୟାନେଲର ଫାଇଦା ପାଇ ପାରିବେ । ଗ୍ରାହକମାନେ ଯଦି ମାସକୁ ୪୯୯ ଟଙ୍କାର ପ୍ଲାନ ୯ ମାସ ପର୍ଯ୍ୟନ୍ତ ନିଅନ୍ତି, ତେବେ ୩ ମାସର ମାଗଣା ଇଣ୍ଟରନେଟ ପାଇ ପାରିବେ । ଏହାର ଅର୍ଥ ହେଉଛି ୯ ମାସ ପାଇଁ ଟଙ୍କା ଦେଇ ୧୨ ମାସ ପାଇଁ ହାଇସ୍ପିଡ ମାଗଣା ଇଣ୍ଟରନେଟ୍ ସେବା ପାଇ ପାରିବେ ।

Get real time updates directly on you device, subscribe now.