fbpx

ମୁକେଶ ଅମ୍ବାନୀ ଦେଉଛନ୍ତି ଦୀପାବଳି ଗିଫ୍ଟ, ଏଠାରେ ମାତ୍ର 13 ହଜାରରେ ମିଳୁଛି iPhone 16 !

ନୂଆଦିଲ୍ଲୀ : ଆପଲପ୍ରେମୀଙ୍କ ପାଇଁ ଖୁସି ଖବର । ଆଇଫୋନ କିଣିବାକୁ ଯୋଜନା ରଖିଥିଲେ ଏହି ଖବର ଆପଣଙ୍କ ପାଇଁ । ଦୀପାବଳି ଗିଫ୍ଟ ଦେଉଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଡିଜିଟାଲ ଆଇଫୋନ ଉପରେ ବମ୍ପର ଅଫର ପ୍ରଦାନ କରୁଛି । ରିଲାଏନ୍ସ ଡିଜିଟାଲରେ କମ୍ ମୂଲ୍ୟରେ ଆଇଫୋନ୍ 16 ଗ୍ରାହକଙ୍କୁ ପ୍ରଦାନ କରାଯାଇଛି । ବ୍ୟାଙ୍କ ଡିସକାଉଣ୍ଟ ସହିତ ନୋ କଷ୍ଟ ଇଏମଆଇ ମଧ୍ୟ ପାଇପାରିବେ ।

ସେପ୍ଟେମ୍ବର 9 ରେ ଆଇଫୋନ୍ 16 ସିରିଜ୍ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ ମଧ୍ୟ ଦେଖିବାକୁ ମିଳିଥିଲା । ଯଦିଓ ଆଇଫୋନ୍ 16ର 128 ଜିବି ଭାରିଆଣ୍ଟର ମୂଲ୍ୟ 79,900 ଟଙ୍କା ରହିଛି କିନ୍ତୁ ରିଲାଏନ୍ସ ଡିଜିଟାଲ 5000 ଟଙ୍କା ରିହାତି ପ୍ରଦାନ କରୁଛି । ICICI, SBI, Kotak ବ୍ୟାଙ୍କର କ୍ରେଡିଟ କାର୍ଡ ଥିଲେ ଏହି ସୁବିଧା ମିଳିବ । ଅର୍ଥାତ ଫୋନର ଦାମ୍ 74 ହଜାର 900 ଟଙ୍କା ହେଉଛି । ଅନ୍ୟପଟେ ଯଦି ଦେଖିବା ନୋ କଷ୍ଟ ଇଏମଆଇ ଅପ୍ସନ ମଧ୍ୟ ରହିଛି । 6ମାସ ପର୍ଯ୍ୟନ୍ତ ମାତ୍ର 12 ହଜାର 483 ଟଙ୍କା ଦେବାକୁ ହେବ ।

ଆପଣ ଆଇଫୋନ୍ ୧୬ କ୍ରମରେ ଅନେକ ପରିବର୍ତ୍ତନ ଦେଖିବେ । ଆପଲ୍ ଏଥିରେ ଭର୍ଟିକାଲ୍ କ୍ୟାମେରା ଆଲାଇନ୍ମେଣ୍ଟ ଦେଇଛି । ଏହା ଆପଲ୍ ଏ୧୮ ଚିପ୍ ସହିତ ପରିଚାଳିତ ହୋଇପାରିବ ଏବଂ ଏହା ଏ୧୬ ଚିପ୍ ଠାରୁ ୩୦ ପ୍ରତିଶତ ଅଧିକ ଶକ୍ତିଶାଳୀ । ଏହା ବ୍ୟତୀତ ଆପଣ ୨,୦୦୦ ନିଟ୍ ବ୍ରାଇଟନେସ୍ ମଧ୍ୟ ପାଇବେ, ଯାହା ଗୁଗୁଲ୍ ଇମେଜ୍ ଲୁକ୍ଅପ୍ ଏବଂ ଚାଟ୍ ଜିପିଟି ଏଣ୍ଟିଗ୍ରେସନକୁ ସମର୍ଥନ କରିବ ।

Get real time updates directly on you device, subscribe now.