fbpx

KKFI କଲା ବଡ଼ ଘୋଷଣା: ଆସନ୍ତାବର୍ଷ ଭାରତ ଆୟୋଜନ କରିବ ପ୍ରଥମ ଖୋ ଖୋ ବିଶ୍ୱକପ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଭାରତ ଆୟୋଜନ କରିବ ପ୍ରଥମ ଖୋ ଖୋ ବିଶ୍ୱକପ । ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୧୬ଟି ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ । ବିଶ୍ୱର ୨୪ଟି ଦେଶ ଓ ୬ଟି ମହାଦେଶ ଖୋ ଖୋ ବିଶ୍ୱକପରେ ଭାଗନେବେ । ଖୋ ଖୋ ବିଶ୍ୱକପର ପ୍ରଥମ ସଂସ୍କରଣ ଭାରତ ଆୟୋଜନ କରିବା ନେଇ ଭାରତୀୟ ଖୋ ଖୋ ଫେଡେରେସନ (କେକେଏଫଆଇ) ପକ୍ଷରୁ ଘୋଷଣା କରାଯାଇଛି । ମାଟିରୁ ଏହି ଖେଳର ଆରମ୍ଭ ହୋଇଥିବା ବେଳେ ଆଜି ସାରା ବିଶ୍ୱର ୫୪ଟି ଦେଶକୁ ଏହା ପହଞ୍ଚି ପାରିଛି ବୋଲି କେକେଏଫଆଇ ପକ୍ଷରୁ କୁହାଯାଇଛି ।

ଏହି ବିଶ୍ୱକପ ସ୍ୱପ୍ନ ପୂରଣ ଦିଗରେ ପ୍ରଥମ ପାହାଚ ହେବ । ୨୦୩୨ ବେଳକୁ ଖୋ ଖୋ’କୁ ଅଲିମ୍ପିକ୍ସ କ୍ରୀଡ଼ା ଭାବେ ସ୍ୱୀକୃତି ପ୍ରଦାନ କରିବା ନେଇ ଲକ୍ଷ୍ୟ ରହିଛି ବୋଲି କେକେଏଫଆଇ ସଭାପତି ସୁଧାଂଶୁ ମିତ୍ତଲ କହିଛନ୍ତି । ଇଣ୍ଟରନ୍ୟାସନାଲ ଖୋ ଖୋ ଫେଡେରେସନ ସହ ମିଶି କେକେଏଫଆଇ ଏହି ବିଶ୍ୱକପ ୨୦୨୫ରେ ଆୟୋଜନ କରିବା ନେଇ ଘୋଷଣା କରାଯାଇଛି । ଭାରତ ଖୋ ଖୋ’ର ମୂଳ ଭୂମି ହୋଇଥିବା ବେଳେ ଏହି ବିଶ୍ୱକପର କ୍ରୀଡ଼ାର ଐତିହ୍ୟକୁ ବିଶ୍ୱବ୍ୟପୀ କରାଇବ । ବିଶ୍ୱକପକୁ ଦୃଷ୍ଟିରେ ରଖି ୧୦ଟି ସହରର ୨୦୦ଟି ଏଲାଇଟ ସ୍କୁଲରେ ଏହାକୁ ପ୍ରମୋଟ୍ କରିବାକୁ କେକେଏଫଆଇ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.