fbpx

Online Shopping Scamରୁ ବଞ୍ଚିବେ କିପରି? ଜାଣି ରଖନ୍ତୁ ଏହି ଉପାୟ, ମିଳିବ ପରଫେକ୍ଟ ଜିନିଷ

ଓଡ଼ିଶା ଭାସ୍କର: ବର୍ତ୍ତମାନ ଦୁର୍ଗାପୂଜା ଅବସରରେ ବିଭିନ୍ନ ଇ-କମର୍ସ କମ୍ପାନୀ ତରଫରୁ ଦମଦାର ଅଫର ଦିଆଯାଇଛି । ତେଣୁ ଗ୍ରାହକ ମଧ୍ୟ ଅପଲାଇନ୍ ସପିଙ୍ଗରେ ଖୁବ ଅର୍ଡର କରୁଥିବା ଦେଖିବାକୁ ମିଳୁଛି । ସ୍ମାର୍ଟଫୋନ୍, ଲାପଟପ୍ ସାଙ୍ଗକୁ ଆହୁରି ଅନେକ ଦାମୀ ଜିନିଷ ଅନଲାଇନ ଜରିଆରେ ସପିଙ୍ଗ କରୁଛନ୍ତି ଗ୍ରାହକ । କିନ୍ତୁ ଅନେକ ସମୟରେ ଅନଲାଇନ ଜରିଆରେ ସପିଙ୍ଗ କରିବା ମହଙ୍ଗା ପଡ଼ିଯାଏ । ଅର୍ଡର କରିଥିବା ଜିନିଷ ପରିବର୍ତ୍ତେ କିଛି ଅଲଗା ଜିନିଷ ମିଳିଯାଏ । କେବେ କେବେ ଅର୍ଡରରେ ଇଟା କିମ୍ବା ଅନ୍ୟାନ୍ୟ ଅଦରକାରୀ ଜିନିଷ ପାର୍ସଲରୁ ବାହାରିଥାଏ । ଏଭଳି ସମସ୍ୟା ବା ଠକେଇରୁ ବଞ୍ଚିବା ପାଇଁ ସବୁଠୁ ବଡ଼ ସୁବିଧା ଉପଲବ୍ଧ ରହିଛି ।

ଅନଲାଇନରେ ସପିଙ୍ଗ କରିବା ସମୟରେ ଆପଣଙ୍କୁ ‘Open Box Delivery’ ବିଷୟରେ ଜାଣିବା ଉଚିତ୍ । ଏହି ସୁବିଧା ଆପଣଙ୍କୁ ଅନଲାଇନ୍ ସପିଙ୍ଗ ସ୍କାମରୁ ରକ୍ଷା କରିପାରିବ । ଫ୍ଲିପକାର୍ଟରେ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ସମୟରେ ଗ୍ରାହକଙ୍କ ପାଖରୁ ‘ସିକ୍ୟୋର ପ୍ୟାକେଜିଙ୍ଗ ଫିସ୍’ ନିଆଯାଏ । ଅଧିକାଂଶ ଫୋନ୍ ପାଇଁ ୯୯ ଟଙ୍କା ନେଇଥାଏ କମ୍ପାନୀ । ଏହା ପରିବର୍ତ୍ତେ କମ୍ପାନୀ ଗ୍ରାହକଙ୍କୁ ଏକ୍ସଟ୍ରା ସିଲ୍ ଏବଂ ଓପନ୍ ବକ୍ସ ଡେଲିଭରୀ ସୁବିଧା ଉପଲବ୍ଧ କରାଇଥାଏ । ଏହି ଓପନ୍ ବକ୍ସ ଡେଲିଭରୀରେ ଡେଲିଭରୀ ଏଜେଣ୍ଟ ପ୍ରଡକ୍ଟ ଖୋଲି ଗ୍ରାହକଙ୍କୁ ଦେଖାଇବେ । ଯାହା ଫଳରେ ସପିଙ୍ଗ ସମୟରେ ବିଭିନ୍ନ ଠକେଇ ସମ୍ଭାବନାକୁ ଏଡ଼ାଇ ଦିଆ ଯାଇପାରିବ ।

ଏହି ସୁବିଧାରେ ଗ୍ରାହକଙ୍କ ଜିନିଷ ନେବା ପୂର୍ବରୁ ଏହାକୁ ଖୋଲି ଚେକ୍ କରିବାର ସୁବିଧା ମିଳିଥାଏ । ତେବେ ଯଦି ପଡକ୍ଟ ଖରାପ କିମ୍ବା ନକଲି ହୋଇଥାଏ, ତେବେ ଗ୍ରାହକ ଏହାକୁ ସେହିଠାରେ ଫେରାଇ ଦେଇପାରନ୍ତି । ପ୍ରଡକ୍ଟର କ୍ୱାଲିଟିକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରୁଥିବା ଗ୍ରାହକ ମାନଙକ ପାଇଁ ଏହା ବେଶ୍ ଆବଶ୍ୟକୀୟ ହୋଇପାରେ । ଏହାବ୍ୟତୀତ ପ୍ରଡକ୍ଟ ଖୋଲିବା ସମୟରେ ଡେଲିଭରୀ ଏଜେଣ୍ଟଙ୍କ ଭିଡିଓ ମଧ୍ୟ ରେକର୍ଡ କରିପାରନ୍ତି ଗ୍ରାହକ । ଏହାଦ୍ୱାରା ବକ୍ସରୁ ଆପଣ ଅର୍ଡର କରିଥିବା ଜିନିଷ ହିଁ ବାହାରିଛି କି ନାହିଁ, ଏହାର ପ୍ରମାଣ ରହିପାରିବ । ସେହିପରି ଯଦି ଡେଲିଭରୀ ଏଜେଣ୍ଟ ପ୍ରଡକ୍ଟ ଖୋଲିବା ପାଇଁ ମନା କରୁଛନ୍ତି, ତେବେ ଆପଣ ମଧ୍ୟ ଏହି ଜିନିଷକୁ ଗ୍ରହଣ କରିବାକୁ ମନା କରିପାରନ୍ତି । ଏହି ବିକଳ୍ପ ଦ୍ୱାରା ଗ୍ରାହକମାନେ ଅନଲାଇନ୍ ସପିଙ୍ଗ ସ୍କାମରୁ ନିଜକୁ ବଞ୍ଚାଇ ରଖିପାରିବେ ।

Get real time updates directly on you device, subscribe now.