fbpx

Video; ମାଟିତଳୁ ବାହାରୁଛି ତତଲା ପାଣି , ଘଟଣା ସ୍ଥଳରେ ପହଞ୍ଚିଲେ ଭୂତତ୍ତ୍ଵବିତ୍

କଟକ: (ଓଡ଼ିଶା ଭାସ୍କର) ମାଟିତଳୁ ବାହାରୁଛି ତତଲା ପାଣି। ଛୁଇଁଲେ ହାତ ପୋଡ଼ିଯାଉଛି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ନିଆଳି ବ୍ଲକ ସାରୁହାସାହି ନିକଟରେ । ବୁଧବାର ଅପରାହ୍ନରେ ବର୍ଷା ସମୟରେ ଉକ୍ତ ସ୍ଥାନ ନିକଟରେ ଗାଁର ଜନୈକ ବ୍ୟକ୍ତି ଗୋବର ପକାଇବାକୁ ଯାଇଥ‌ିବା ବେଳ ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ନିକଟରେ ମାଟିରୁ ଧୂଆଁ ବାହାରୁଥ‌ିବା ଦେଖ‌ିବାକୁ ପାଇଥିଲେ

ସେ ଗାଁରେ କହିବା ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣା ଜାଣିବା ପାଇଁ ସେଠାରେ ପ୍ରାୟ ଫୁଟ ଗାତ ଖୋଳିବା ପରେ ଗରମ ପାଣି ବାହାରିଥିଲା। ତତ୍‌ସହିତ ଧୂଆଁ ବି ବାହାରିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଗହଳି ହୋଇଥିଲା।ଉକ୍ତ ସ୍ଥାନରେ ଏକ ବିଦ୍ୟୁତ୍ ଖୁଣ୍ଟ ରହିଛି। ବିଦ୍ୟୁତ୍ ଚାର୍ଜ ଯୋଗୁଁ ଏପରି ହୋଇଥ‌ିବା ଅନୁମାନ କରାଯାଉଥିଲା। ତେବେ ଘଟଣା ସ୍ଥଳରେ ନିଆଳି ବିଡିଓ  ବିଦ୍ୟୁତ୍ ବିଭାଗର ଅଧିକାରୀ କର୍ମଚାରୀ ଯାଞ୍ଚ କରିବା ପରେ ଏହା ବିଦ୍ୟୁତ୍ ଜନିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।

ଘଟଣା ସମ୍ପର୍କରେ ଭୂତତ୍ତ୍ୱ ବିଭାଗକୁ ଅବଗତ କରାଯାଇଥିଲା ଆଜି ଭୂତତ୍ତ୍ଵବିତ୍ ଏବଂ ଖଣି ନିର୍ଦ୍ଦେଶାଳୟ ଏକ ୩ଯଣିଆ ଟିମିଘଟଣା ସ୍ଥଳରେ  ପହଞ୍ଚି ସେଠାରୁ ପାଣି ବାହାରୁଥିବା ପାଣିକୁ ସାମ୍ପୁଲ୍ ପରିକ୍ଷା କରିବା ପାଇଁ ନେଇଛନ୍ତି ଯନସାଧାରଣକୁ ଭୟବିତ ହେବାକୁ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.