fbpx

ଆସିଲା କଲରାପତରିଆ ବାଘ ଗଣନା ରିପୋର୍ଟ, ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ

ଭୁବନେଶ୍ଵର: ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଓଡ଼ିଶାରେ ମୋଟ୍ ୬୯୬ଟି କଲରାପତରିଆ ବାଘ ରହିଥିବା ସୂଚନା ମିଳିଛି । ଟ୍ରାପ କ୍ୟାମେରା ଦ୍ଵାରା ବାଘ ଗଣନା ହୋଇଛି । ଏନଟିସିଏ ରିପୋର୍ଟ ଅନୁସାରେ ୨୦୧୮ରେ ମୋଟ୍ ୭୬୦ କଲରାପତରିଆ ବାଘ ଚିହ୍ନଟ ହୋଇଥିବାବେଳେ ୨୦୨୨ରେ କଲରାପତରିଆ ବାଘ ସଂଖ୍ୟା ୫୬୮ ଥିଲା । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

ଏନ୍‌ଟିସିଏ ଦ୍ୱାରା ଫେବୃଆରୀରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୨ରେ ରାଜ୍ୟରେ ୫୬୮ ଓ ୨୦୧୮ରେ ୭୬୦ କଲରାପତରିଆ ବାଘ ଥିଲେ। ତେବେ ପ୍ରଥମଥର ବନ ବିଭାଗ ପକ୍ଷରୁ ନିଜସ୍ୱ କଲରାପତରିଆ ଗଣନା କରାଯାଇଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍‌ ପ୍ରିଣ୍ଟ୍‌ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି । ରାଜ୍ୟରେ ମୁଖ୍ୟତଃ ରାୟଗଡା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ । ରାଜ୍ୟର ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ବହୁ ସଂଖ୍ୟାର କଲରାପତରିଆଙ୍କୁ ସୁହାଇଲା ଭଳି ପରିବେଶ ରହିଛି ।

Get real time updates directly on you device, subscribe now.