fbpx

PM Kisan Yojna; ଅକ୍ଟୋବର ୫ରେ ୧୮ତମ କିସ୍ତି: ଏଥର କୃଷକଙ୍କୁ ୪,୦୦୦ ଟଙ୍କା ଦେବେ ସରକାର! କେଉଁମାନେ ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଜମା କରି ଦେଉଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ସରକାର କୃଷକଙ୍କୁ ୧୭ଟି କିସ୍ତିରେ ଟଙ୍କା ପଠାଇ ସାରିଥିବା ବେଳେ ଅକ୍ଟୋବର ୫ ତାରିଖରେ ୧୮ତମ କିସ୍ତି ଟଙ୍କା ପଠାଇବେ ବୋଲି ଘୋଷଣା ହୋଇସାରିଛି । ତେବେ ଏହି ୧୮ତମ କିସ୍ତିରେ କୃଷକଙ୍କୁ ୨,୦୦୦ ଟଙ୍କା ବଦଳରେ ୪,୦୦୦ ଟଙ୍କା ଦେବେ ସରକାର । ତେବେ ସମସ୍ତ କୃଷକଙ୍କୁ ଏହି ଟଙ୍କା ମିଳିବ ନାହିଁ । ଆସନ୍ତୁ ଜାଣିବା କେଉଁ କୃଷକମାନଙ୍କୁ ୪,୦୦୦ ଟଙ୍କା ପଠାଇବେ ସରକାର ଏବଂ କାହିଁକି?

ସାଧାରଣ ନିର୍ବାଚନ ପରେ ମୋଦୀ ସରକାର ଦାୟିତ୍ୱ ନେବା ସହ ପ୍ରଥମ ଫାଇଲ ଭାବରେ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ପିଏମ କିସାନ ଯୋଜନା ଦସ୍ତାବିଜରେ ଦସ୍ତଖତ କରିଥିଲେ । ଏହାସହିତ ଜୁନ୍ ମାସରେ କୃଷକଙ୍କୁ ୧୭ତମ କିସ୍ତି ଟଙ୍କା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଏହାର ୧୮ତମ କିସ୍ତି ଟଙ୍କା ପଠାଇବେ ସରକାର । ଏହି ୧୮ତମ କିସ୍ତିରେ କିଛି କୃଷକ ୨,୦୦୦ଟଙ୍କା ପରିବର୍ତ୍ତେ ୪,୦୦୦ ଟଙ୍କା ପାଇବେ । କାରଣ କିଛି କାରଣ ପାଇଁ ଅନେକ କୃଷକ କେୱାଇସି କରିବାରେ ସଫଳ ହୋଇ ପାରି ନଥିଲେ । ତେଣୁ ସେମାନଙ୍କ ଆକାଉଣ୍ଟରେ ଯୋଜନାର ୧୭ତମ କିସ୍ତି ପହଞ୍ଚି ପାରିନାହିଁ । ସେଥିପାଇଁ ଆସନ୍ତା ୧୮ତମ କିସ୍ତିରେ ଏହି କୃଷକ ହିତାଧିକାରୀମାନଙ୍କୁ ଦୁଇଟି କିସ୍ତି ଏକାସାଙ୍ଗରେ ପଠାଯିବ । ଅର୍ଥାତ ଏହି କୃଷକମାନେ ୧୭ତମ କିସ୍ତିର ୨,୦୦୦ ଟଙ୍କା ସହ ୧୮ତମ କିସ୍ତିର ୨,୦୦୦ ଟଙ୍କା ଏକାସାଙ୍ଗରେ ପାଇପାରିବେ । ତେବେ ୧୭ତମ କିସ୍ତି ପାଇଥିବା କୃଷକଙ୍କ ଆକାଉଣ୍ଟକୁ ସ୍ୱାଭାବିକ ଭାବରେ ୨୦୦୦ ଟଙ୍କା ହିଁ ପଠାଯିବ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୭ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ କୃଷକମାନେ ୧୮ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୨କୋଟି କୃଷକଙ୍କୁ ଖୁବଶୀଘ୍ର ୧୮ତମ କିସ୍ତି ପ୍ରଦାନ କରିବେ ମୋଦୀ ସରକାର । ଆସନ୍ତା ନଭେମ୍ବର ମାସରେ କୃଷକ ଏହି କିସ୍ତି ଟଙ୍କା ପାଇପାରନ୍ତି । ତେବେ ଏ ନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏହି କିସ୍ତି ପାଇବାରୁ କିଛି କୃଷକ ବାଦ୍ ପଡ଼ିପାରନ୍ତି । ଯେଉଁ କୃଷକମାନେ ନିଜ ନିଜର ରକଣଉ ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ୧୮ତମ କିସ୍ତି ପାଇବାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରକଣଉ କରିବାକୁ ପଡିବ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟକୁ ଘଚଉଓ ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ। ଏହା ପରେ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ।

Get real time updates directly on you device, subscribe now.