fbpx

ଆଜି ଋଷଭଙ୍କ ଜନ୍ମଦିନ; ପଢ଼ନ୍ତୁ ୩୩ ବର୍ଷ ପରେ କିପରି ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଥିଲେ ପନ୍ତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବିସ୍ଫୋରକ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଜି ଜନ୍ମଦିନ। ଋଷଭ ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଋଷଭ ପନ୍ତ ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ମ୍ୟାଚ୍ ବିଜେତା। ଋଷଭ ପନ୍ତ ୧ ଫେବୃଆରୀ ୨୦୧୭ରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

ଏହାପରେ ଋଷଭ ପନ୍ତ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାପରେ ଋଷଭ ପନ୍ତ ୧୮ ଅଗଷ୍ଟ ୨୦୧୮ରେ ଇଂଲଣ୍ଡର ନଟିଂହାମରେ ଟେଷ୍ଟ ପଦାର୍ପଣ କରିଥିଲେ। ଅକ୍ଟୋବର ୨୧, ୨୦୧୮ରେ ଋଷଭ ପନ୍ତ ଗୌହାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ।

୧୯ ଜାନୁଆରୀ ୨୦୨୧ରେ ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ଗାବା ଗ୍ରାଉଣ୍ଡରେ ଭାରତକୁ ଐତିହାସିକ ଟେଷ୍ଟ୍ ବିଜୟୀ କରାଇ ଋଷଭ ପନ୍ତ ଚର୍ଚ୍ଚାକୁ ଆସିଥିଲେ। ବ୍ରିସବେନରେ ଖେଳାଯାଇଥିବା ସେହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚରେ ଋଷଭ ପନ୍ତଙ୍କ ଅପରାଜିତ ୮୯ ରନର ଇନିଂସ ଆଧାରରେ ଗାବା ପଡ଼ିଆରେ ଟିମ୍ ଇଣ୍ଡିଆ ତ୍ରିରଙ୍ଗା ଉତ୍ତୋଳନ କରିଥିଲା।

ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳ ୨-୧ରେ ଟେଷ୍ଟ ସିରିଜ୍ ଜିତି ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟରେ ପରାସ୍ତ କରିଛି। ଏହାପରେ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ନିଜ ଘରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍ ରେ ପରାସ୍ତ କରିଛି। ୩୩ ବର୍ଷ ଧରି ଅଷ୍ଟ୍ରେଲିଆ ବ୍ରିସବେନରେ ହାରିନଥିଲେ ମଧ୍ୟ ଟିମ୍ ଇଣ୍ଡିଆ ଏହା ସମ୍ଭବ କରି ଗାବା ପଡ଼ିଆରେ କଙ୍ଗାରୁ ଦଳ ଧୂଳି ଚାଟିଥିଲେ।

ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ, ସେଥିଲାଗି ଭାରତ ଜିତିବାରେ ସଫଳ ହୋଇଥିଲା। ଋଷଭ ଅପରାଜିତ ୮୯ ରନର ଚମତ୍କାର ଇନିଂସ ଖେଳି ଐତିହାସିକ ବିଜୟ ଦେଇଥିଲେ। ୨୦୨୦-୨୧ ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଅଢ଼େଇ ଦିନ ମଧ୍ୟରେ କଙ୍ଗାରୁ ଦଳ ଭାରତକୁ ୮ ଓ୍ଵିକେଟରେ ପରାସ୍ତ କରି ସିରିଜ୍ ରେ ୧-୦ରେ ଆଗୁଆ ରହିଥିଲା।

Get real time updates directly on you device, subscribe now.