fbpx

ଆପଣ ବି ଚାଇନା ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ବ୍ୟାନ ହୋଇଯିବ ଏହି..

ନୂଆଦିଲ୍ଲୀ: ଯଦି ଡାଟା ଦେଖିବା ତାହେଲେ ଭାରତରେ ଅଧିକ ପରିମାଣରେ ଚାଇନା ଫୋନ ବ୍ୟବହାର କରାଯାଉଛି । ଏହି ଫୋନ ଗୁଡିକ ଗ୍ରାହକଙ୍କର ପସନ୍ଦ ମଧ୍ୟ ରହିଥାଏ । ବର୍ତ୍ତମାନ, ଦେଶରେ OnePlus, iQOO, POCO ଭଳି ବ୍ରାଣ୍ଡଗୁଡ଼ିକ ଟ୍ରେଣ୍ଡରେ ଅଛି । ବର୍ତ୍ତମାନ ଚାଲିଥିବା ସେଲରେ ବି ଏହି ଫୋନର ବିକ୍ରି ଅଧିକ ରହିଛି । ଏହାରି ଭିତରେ ବ୍ୟବସାୟୀ ସଂଗଠନ ‘କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ (CAIT) ଏହାକୁ ବିରୋଧ କରିବା ଆରମ୍ଭ କରିଛି ।

ସୂଚନା ଅନୁସାରେ, ଅଲ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ (AIMRA) ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ବିରୋଧ କରିଛି ଏବଂ OnePlus, iQOO ଏବଂ POCO ଭଳି ବ୍ରାଣ୍ଡର କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛି । ଅଭିଯୋଗ ହୋଇଛି ଯେ ସମସ୍ତେ ନିୟମ ଉଲ୍ଲଂଘନ କରିଛନ୍ତି । ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି କମ୍ପାନୀଗୁଡିକ ଇ-କମର୍ସ ପ୍ଲାଟଫର୍ମ ସହଯୋଗରେ ବିପୁଳ ରିହାତି ଦେବା ଆରମ୍ଭ କରିଛନ୍ତି । ଏହା ଭାରତୀୟ ମୋବାଇଲ୍ ବଜାର ଉପରେ ଖରାପ ପ୍ରଭାବ ପକାଇଛି  ।

ସଂଗଠନର ଆରୋପ ଯେ, ଚାଇନା ମୋବାଇଲ କମ୍ପାନୀର ଏହିସବୁ ହରକତ ଯୋଗୁଁ ସରକାରୀ ରାଜସ୍ବ ମଧ୍ୟ ପ୍ରଭାବିତ ହେଉଛି । ଯେତିକି ଟ୍ୟାକ୍ସ ପେ କରିବା କଥା ସେତିକି କରାଯାଉ ନାହିଁ । ସ୍ମାର୍ଟଫୋନର ଦାମ୍ କମ୍ ରହିବା କାରଣରୁ ଟ୍ୟାକ୍ସ ମଧ୍ୟ କମ୍ ଦେବାକୁ ପଡୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କମ୍ପାନୀ ତରଫରୁ ବୟାନ ସାମ୍ନାକୁ ଆସିନାହିଁ ।  ଅଲ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନର ଏହି ବିରୋଧରେ ଅନେକ ବ୍ୟାଙ୍କ ମଧ୍ୟ ସାମିଲ ରହିଛନ୍ତି । ଚାଇନା କମ୍ପାନୀମାନଙ୍କୁ ଏହା ଉପରେ ଧ୍ୟାନ ଦେବା ପାଇଁ ତାଗିଦ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ସନ ନିଆଯାଇ ନାହିଁ ।

Get real time updates directly on you device, subscribe now.