fbpx

ହଠାତ୍ ହେଲା ସାଇବର ଆଟାକ୍, ବନ୍ଦ ହୋଇଗଲା 90 ସରକାରୀ ଓ୍ବେବସାଇଟ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ସାଇବର ଆଟାକ୍ । ହଠାତ୍ ସାଇବର ଆଟାକ କାରଣରୁ ସମଗ୍ର ଆଇଟି ସିଷ୍ଟମକୁ ଥରାଇ ଦେଇଛି । ଗୁରୁବାର ଦିନ ଉତ୍ତରାଖଣ୍ଡରେ ଏହି ସାଇବର ଆଟାକ ହୋଇଥିବା ବେଳେ ଓ୍ବେବସାଇଟ୍ ସମ୍ପୁର୍ଣ୍ଣ କାମ କରିବା ବନ୍ଦ ହୋଇଯାଇଥିଲା ।  ସଚିବାଳୟ ସମେତ କୌଣସି କାର୍ଯ୍ୟାଳୟରେ କାମ ନଥିଲା। । ଫଳରେ ସିଏମ ହେଲ୍ପଲାଇନ ଠାରୁ ଆରମ୍ଭ କରି ଜମି ରେଜିଷ୍ଟ୍ରେସନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଗୁରୁବାର ଦିନ ବନ୍ଦ ରହିଥିଲା । ସାଇବର ଆକ୍ରମଣର ଖବର ଶୁଣି ଆଇଟି ସଚିବ ସମସ୍ତ ସେବା ବନ୍ଦ କରିଦେଲେ । ରାଜ୍ୟ ତଥ୍ୟ କେନ୍ଦ୍ର ସହ ଜଡିତ ସମସ୍ତ ୱେବସାଇଟ୍ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ସୂଚନା ରହିଛି ।

କୁହାଯାଉଛି ଯେ ଏହି ଆକ୍ରମଣ ଏତେ ବିପଜ୍ଜନକ ଥିଲା ଯେ, ଡାଟା ସେଣ୍ଟର ମଧ୍ୟ ଏହାର କବଳକୁ ଆସିଥିଲା । କିଛି ସମୟ ମଧ୍ୟରେ, ଅନେକ ସରକାରୀ ୱେବସାଇଟ୍ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଥିଲା । ତେବେ ସାଇବର ଆଟାକକୁ ଦୃଷ୍ଟିରେ ରଖି ଆଇଟି ସଚିବ ନୀତୀଶ ଝା ସମସ୍ତ ସେବା ବନ୍ଦ କରିଦେଲେ । ତେବେ ଆଟାକରୁ ବର୍ତ୍ତିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ହେଁ ଉଦ୍ୟମ ବିଫଳ ହୋଇଥିଲା । ତେବେ ସନ୍ଧ୍ୟାରେ ବ୍ରିଟେନକ ଏକ ଟିମ୍ ଏହାକୁ ସଫଳ କରିପାରିଥିଲା । ତଥାପି ମଧ୍ୟ ଏହା ସ୍ଥାୟୀ ଭାବେ ରହିପାରିନଥିଲା । ଖବର ଲେଖିବା ପର୍ଯ୍ୟନ୍ତ, ରାଜ୍ୟ ତଥ୍ୟ କେନ୍ଦ୍ର ସହିତ ଜଡିତ ସମସ୍ତ ୱେବସାଇଟ୍ ବନ୍ଦ ରହିଛି ।

Get real time updates directly on you device, subscribe now.