fbpx

ଶ୍ରୀଲଙ୍କାର ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ କଲମ୍ବୋରେ ପହଞ୍ଚିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ବାମପନ୍ଥୀ ଅନୁରା କୁମାର ଦିସାନାୟକେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ କଲମ୍ବୋରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟୁଇଟ୍ କରି ସେ ଏ ନେଇ ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଲେଖିଛନ୍ତି, ପୁଣି ଥରେ କଲମ୍ବୋରେ ରହିବା ଭଲ। ଶ୍ରୀଲଙ୍କା ନେତୃତ୍ୱଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଅନୁରାଧା କୁମାର ଦିସାନାୟକେଙ୍କୁ ନିର୍ବାଚିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଆହୁରି ମଧ୍ୟ କହିଛନ୍ତି, ଭାରତର ନେବରହୁଡ ଫାଷ୍ଟ ନୀତି ଏବଂ ଦୃଷ୍ଟିକୋଣରେ ଶ୍ରୀଲଙ୍କାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଚଳିତ ବର୍ଷ ଫେବ୍ରୁଆରିମାସରେ ଯେତେବେଳେ ଅନୁରା କୁମାର ଦିସାନାୟକେ ଭାରତ ଆସିଥିଲେ, ସେତେବେଳେ କେହି ଭାବି ନଥିଲେ ଯେ ସେ ପ୍ରାୟ ସାତ ମାସ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବେ।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକରେ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଏହାକୁ ଗଭୀର କରିବା ଉପରେ ଉଭୟଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ହୋଇଛି । ଏବେ ସେପ୍ଟେମ୍ବର ୨୨ ରେ ଫଳାଫଳରେ ବାମପନ୍ଥୀ ନେତା ଅନୁରା କୁମାର ଦିସାନାୟକେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ସାଧାରଣତଃ ବାମପନ୍ଥୀ ସରକାରମାନଙ୍କୁ ଆଦର୍ଶଗତ ଦୃଷ୍ଟିରୁ ଚୀନ୍ ର ନିକଟତର ବୋଲି ବିବେଚନା କରାଯାଏ। ଏଭଳି ସ୍ଥିତିରେ ଏହାକୁ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ମଧ୍ୟ ଦେଖାଯାଉଛି।

Get real time updates directly on you device, subscribe now.