fbpx

(Video) ଚଳନ୍ତା ଟ୍ରେନରେ ଚଢୁଚଢୁ ଖସିପଡିଲେ ଯାତ୍ରୀ, ଦେବଦୂତ ସାଜି ରକ୍ଷାକଲେ ପୋଲିସ, ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଲୀ: ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା ସହଜ କରିବା ପାଇଁ ଟ୍ରେନର ବ୍ୟହାହର ହୋଇଥାଏ । କିନ୍ତୁ ଯଦି ଜଣେ ଅବହେଳା ହୁଏ, ତେବେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ରେଳ ବିଭାଗର ବାରମ୍ବାର ତାଗିଦ ସତ୍ତ୍ବେ ଲୋକେ ଆଜି ମଧ୍ୟ ଚଳନ୍ତା ଟ୍ରେନରେ ଦୌଡିଦୌଡି ଚଢୁଥିବା ଦେଖାଯାଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗୁଜରାଟରୁ । ଗୁଜୁରାଟ ବାପି ଷ୍ଟେସନରେ ଜୀବନ ଯାଉଯାଉ ବଞ୍ଚିଯାଇଛି । ପୋଲିସ କନଷ୍ଟେବଳ ଉକ୍ତ ଯାତ୍ରୀଙ୍କୁ ଦେବଦୂତ ସାଜି ଜୀବନ ବଞ୍ଚାଇ ଦେଇଛନ୍ତି । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓରେ ଦେଖାଯାଇଛି ଯେ, ଜଣେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢିବା ସମୟରେ ହଠାତ୍ ଗୋଡ ଖସିଯାଇଥିଲା । ଫଳରେ ଟ୍ରେନ ସହିତ ଘୋଷାଡି ହେବାକୁ ଲାଗିଥିଲେ ଯାତ୍ରୀ । ଏତିକି ସମୟରେ ଦେବଦୂତ ସାଜି ଆସିଥିଲେ ପୋଲିସ । କିନ୍ତୁ ପାଖରେ ରହିଥିବା କନଷ୍ଟେବଲ ଜଣକ ତାଙ୍କୁ ଟାଣି ଦେଇ ଜୀବନ ବଞ୍ଚାଇ ଦେଇଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ କନଷ୍ଟେବଲ ୟୋଗେଶ ଜଗୁଭାଇଙ୍କର ତାରିଫ କରିଛନ୍ତି । ଉକ୍ତ ଯାତ୍ରୀଙ୍କର ନାମ ଅଳ୍ପେଶ ହୋଇଥିବା ବେଳେ ତାଙ୍କ ଘର ଭରୁଚରେ । ଯଦି କନଷ୍ଟେବଳ ପାଖରେ ଉପସ୍ଥିତ ନଥାନ୍ତେ ତାହାଲେ ଆଜି ଉକ୍ତ ଯାତ୍ରୀଙ୍କ ସହିତ ଅଘଟଣ ହେବାର ସମ୍ଭାବନା ଅଧିକ ରହିଥିଲା ।

Get real time updates directly on you device, subscribe now.