fbpx

ଖୁସି ଖବର ଦେଲେ ଅର୍ଥମନ୍ତ୍ରୀ; ବଢିବ ଅଭିବୃଦ୍ଧି ହାର, ଜୀବନଶୈଳୀରେ ଆସିବ ଏଭଳି ପରିବର୍ତ୍ତନ

ନୂଆଦିଲ୍ଲୀ : ଖୁସି ଖବର ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭାରତୀୟଙ୍କ ମୁଣ୍ଡଫିଛା ଆୟ ଖୁବଶୀଘ୍ର ବଢିବା ନେଇ ସେ କହିଛନ୍ତି । ଭାରତର ମୁଣ୍ଡପିଛା ଆୟ 2730 ଡଲାର ହାସଲ କରିବାକୁ ସ୍ୱାଧୀନତା ପରେ 75 ବର୍ଷ ସମୟ ଲାଗିଛି । କିନ୍ତୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁଯାୟୀ ଆସନ୍ତା 5 ବର୍ଷରେ ମୁଣ୍ଡପିଛା ଆୟରେ 2000 ଡଲାର ବୃଦ୍ଧି ହେବ । ସେ କହିଛନ୍ତି ଯେ ଆସନ୍ତା ଦଶନ୍ଧି ମଧ୍ୟରେ ସାଧାରଣ ଲୋକଙ୍କ ଜୀବନଶୈଳୀରେ ଏକ ବଡ ପରିବର୍ତ୍ତନ ଆସିବ, ଯାହାକି ଏକ ଉପଲବ୍ଧି ସଦୃଷ ହେବ । ଖୁବଶୀଘ୍ର ବଢିବ ମୁଣ୍ଡପିଛା ଆୟ ।

କୌଟିଲିୟ ଇକୋନୋମିକ କନକ୍ଲେଭକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଗତ ଦଶନ୍ଧି ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ଭାରତର ଉତ୍କୃଷ୍ଟ ପ୍ରଦର୍ଶନ କରିବ । 5 ବର୍ଷ ମଧ୍ୟରେ ବିଶ୍ବର 10ରୁ 5ମ ଅର୍ଥବ୍ୟବସ୍ଥାକୁ ଆସିବ । କ୍ରମାଗତ ଭାବରେ ଉଚ୍ଚ ଅଭିବୃଦ୍ଧି ହାର ଏବଂ ନିମ୍ନ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଣ୍ଡପିଛା ଆୟ 2730 ଡଲାର ହାସଲ କରିବାକୁ ଭାରତ ପାଇଁ 75 ବର୍ଷ ଲାଗିଛି । କିନ୍ତୁ ଆସନ୍ତା 5 ବର୍ଷ ମଧ୍ୟରେ ଏଥିରେ 2000 ଡଲାର ଅଧିକ ଯୋଗ କରାଯାଇପାରିବ ।

ନିର୍ମଳା ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ,  ଯେତେବେଳେ ସମଗ୍ର ବିଶ୍ୱ ବିଭାଜିତ ହୁଏ ଏବଂ କ୍ରମାଗତ ବିବାଦ ଦେଖାଯାଏ ସେତେବେଳେ ବିଶ୍ବ ପାଇଁ ବଡ ବିପଦ ରହିଥାଏ । 140କୋଟି ଜନସଂଖ୍ୟାରେ ମଧ୍ୟ ଭାରତର ଅବସ୍ଥା ଭଲ ରହିଛି । ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଦ୍ବିଗୁଣିତ ହେବା ନେଇ ଆଶା କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, 2000 ଦଶକରେ ଚୀନ ଭଳି ଏମର୍ଜିଂ ମାର୍କେଟ, ଗ୍ଲୋବାଲ ଟ୍ରେଡ ଏବଂ କ୍ଲାଇମେଟ ସପକ୍ଷରେ ରହିବା କାରଣରୁ ବିକାଶ ଶୀଘ୍ର ହୋଇପାରିଛି । କିନ୍ତୁ ଭାରତ ପାଇଁ ଏହା ଏକ ପ୍ରକାର ଚାଲେଞ୍ଜ ରହିଥିଲା । ବର୍ତ୍ତମାନ ସମୟରେ 43 ପ୍ରତିଶତ ଭାରତୀୟ 24 ବର୍ଷ ବର୍ଗର ରହିଛନ୍ତି । ସବୁ କ୍ଷେତ୍ରକୁ ନଜରକୁ ଆଣିଲେ ମୁଣ୍ଡପିଛା ଆୟ ବୃଦ୍ଧି ହେବା ନେଇ ଆକଳନ କରାଯାଉଛି ।

Get real time updates directly on you device, subscribe now.