fbpx

(Video) ପୁଣିଥରେ ପ୍ରେମରେ ହାର୍ଦ୍ଦିକ! Divorce ପରେ ଏହି ସୁନ୍ଦରୀଙ୍କୁ କରୁଛନ୍ତି ଡେଟ୍? ଟ୍ରେଣ୍ଡରେ Pandya ka Pyaar…

ଓଡ଼ିଶା ଭାସ୍କର: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଲଗାତାର କିଛି ଦିନରୁ ଚର୍ଚ୍ଚାରେ ରହିଛନ୍ତି ହାର୍ଦ୍ଦିକ । ପତ୍ନୀ ନତାଶାଙ୍କ ସହ ଛାଡ଼ପତ୍ର ପରେ ହାର୍ଦ୍ଦିକଙ୍କୁ ନେଇ ପୁଣିଥରେ ସୋସିଆଲ ମିଡିଆ ସରଗରମ ହୋଇଛି । ନତାଶାଙ୍କୁ ଭୁଲି ହାର୍ଦ୍ଦିକ ପୁଣିଥରେ ପ୍ରେମରେ ପଡ଼ିଥିବା ନେଇ ଖବର ସାମନାକୁ ଆସିଛି । ହାର୍ଦ୍ଦିକ ଏବେ ଆଉ ଜଣେ ସୁନ୍ଦରୀ କନ୍ୟା ଜସ୍ମିନଙ୍କ ପ୍ରେମଜାଲରେ ପଡ଼ିଥିବା ଆଲୋଚନା ଆରମ୍ଭ ହୋଇଛି । ଏହାଭିତରେ ହାର୍ଦ୍ଦିକ ଏବଂ ଜସ୍ମିନ ୱାଲିଆଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପ୍ରଶଂସକ ମଧ୍ୟ ଖୁବ ଆକ୍ଟିଭ ହୋଇଛନ୍ତି ।

All you need to know about Hardik Pandya's alleged girlfriend Jasmin Walia  | Cricket Times

ସୋସିଆଲ ମିଡିଆରେ ଏହି ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ହାର୍ଦ୍ଦିକଙ୍କୁ ନେଇ ପୁଣିଥରେ ବିଭିନ୍ନ ଅଟକଳ କରାଯାଉଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବର୍ତ୍ତମାନ ଜସ୍ମିନ ୱାଲିୟାଙ୍କ ନାମ ଯୋଡ଼ି ହୋଇଛି । ନତାଶା ଷ୍ଟାନକୋଭିକଙ୍କ ସହ ଛାଡ଼ପତ୍ର ପରେ ହାର୍ଦ୍ଦିକ ଜସ୍ମିନଙ୍କୁ ଡେଟ୍ କରୁଥିବା ନେଇ ଆଲୋଚନା ଆରମ୍ଭ ହୋଇଛି । ଏମିତି ବି କୁହାଯାଉଛି ଯେ, ହାର୍ଦ୍ଦିକ ଏବଂ ନତାଶାଙ୍କ ମଧ୍ୟରେ ଛାଡ଼ପତ୍ରର କାରଣ ମଧ୍ୟ ଜସ୍ମିନ ହୋଇପାରନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା କିଛି ଫଟୋ ଏବଂ ଭିଡିଓ ଏହି ମାମଲାକୁ ଆହୁରି ସରଗରମ କରିଦେଇଛି । ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ଉଭୟଙ୍କ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

Hardik Pandya Jasmin Walia Date rumours Natasa stankovic share latest video  | क्या Jasmin Walia को डेट कर रहे हैं Hardik Pandya? देखें नताशा ने लेटेस्ट  वीडियो में क्या कहा

ଗୋଟିଏ ସ୍ଥାନରେ ହାର୍ଦ୍ଦିକ ଏବଂ ଜସ୍ମିନଙ୍କ ଫଟୋ ଉଠାଯାଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ତେବେ ଉଭୟଙ୍କୁ ଏକାସାଙ୍ଗରେ ଦେଖା ଯାଇନାହିଁ । ହାର୍ଦ୍ଦିକ ଏକା ଏକା ଯେଉଁ ସ୍ଥାନରେ ଭିଡିଓ କରି ପୋଷ୍ଟ କରିଛନ୍ତି, ଜସ୍ମିନ ମଧ୍ୟ ସେଠାରେ କିଛି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଉଭୟଙ୍କ ଫଟୋ ଅଲଗା ହେଲେ ମଧ୍ୟ ଏକା ସ୍ଥାନରେ ଉଭୟଙ୍କ ଉପସ୍ଥିତି ସେମାନଙ୍କ ଭିତରେ ସମ୍ପର୍କର ଚର୍ଚ୍ଚାକୁ ବଢାଇ ଦେଇଛି । ତେବେ ଏ ସମ୍ପର୍କ କିମ୍ବା ଏହି ଚର୍ଚ୍ଚାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେପଟେ ହାର୍ଦ୍ଦିକଙ୍କ ଚର୍ଚ୍ଚିତ ଗାର୍ଲଫ୍ରେଣ୍ଡ ଜସ୍ମିନ ୱାଲିୟା ମଧ୍ୟ ଏ ମାମଲାରେ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି । ତେଣୁ ନତାଶାଙ୍କୁ ଭୁଲି ହାର୍ଦ୍ଦିକ ପୁଣିଥରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ସୋସିଆଲ ମିଡିଆରେ ଟ୍ରେଣ୍ଡକୁ ଆସିଛି ।

Get real time updates directly on you device, subscribe now.