fbpx

ହାଇତିରେ ଭୟଙ୍କର ଆକ୍ରମଣ; ୭୦ ମୃତ, ଲୋକଙ୍କୁ ଘର ଛାଡ଼ି ପଳାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମିଳିତ ଜାତିସଂଘ କହିଛି ଯେ ହାଇତିରେ ଗଣହତ୍ୟାରେ ଅତି କମରେ ୭୦ ଜଣଙ୍କ ମୃତ୍ୟୁ ଘଟିଛି । ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଅନୁଯାୟୀ, ସ୍ୱୟଂଚାଳିତ ରାଇଫଲ ଧରି ସଶସ୍ତ୍ର ବନ୍ଧୁକଧାରୀମାନେ ପଣ୍ଟ-ସୋଣ୍ଡେ ସହରରେ ପ୍ରବେଶ କରି ବାସିନ୍ଦାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଗ୍ରାନ୍ ଗ୍ରିଫ୍ ଗ୍ୟାଙ୍ଗର ସଶସ୍ତ୍ର ବ୍ୟକ୍ତିମାନେ ୩ ଜଣ ଶିଶୁଙ୍କ ସମେତ ଅତି କମରେ ୭୦ ଜଣଙ୍କୁ ହତ୍ୟା କରିବା ସହ ଅତି କମରେ ୩,୦୦୦ ଲୋକଙ୍କୁ ପଳାୟନ କରିବାକୁ ବାଧ୍ୟ କରିଛନ୍ତି ବୋଲି ଜାତିସଂଘ ଶୁକ୍ରବାର କହିଛି । ବାସ୍ତବରେ ଦୁର୍ବୃତ୍ତମାନେ ସ୍ୱୟଂଚାଳିତ ରାଇଫଲରୁ ଲଗାତାର ଗୁଳି ଚାଳନା କରୁଥିଲେ ।

ଜାତିସଂଘ ମୁଖପାତ୍ର ଥାମିନ୍ ଅଲ୍-ଖେତାନ ଏକ ବିବୃତ୍ତିରେ କହିଛନ୍ତି, ହାଇତିର ଆର୍ଟିବୋନାଇଟ୍ ବିଭାଗ ପଣ୍ଟ-ସୋଣ୍ଡେ ସହରରେ ଗୁରୁବାର ହୋଇଥିବା ଗ୍ୟାଙ୍ଗ୍ ଆକ୍ରମଣକୁ ନେଇ ଆମେ ଭୟଭୀତ । ମିଳିତ ଜାତିସଂଘ ଅନୁଯାୟୀ, ଗ୍ୟାଙ୍ଗର ସଦସ୍ୟମାନେ ଅତି କମରେ ୪୫ଟି ଘର ଓ ୩୪ଟି ଗାଡ଼ିରେ ନିଆଁ ଲଗାଇ ବାସିନ୍ଦାଙ୍କୁ ଘରୁ ପଳାଇଯିବାକୁ ବାଧ୍ୟ କରିଥିଲେ ।

ଏହି ହତ୍ୟାକାଣ୍ଡ କ୍ୟାରିବିଆନ୍ ରାଷ୍ଟ୍ରରେ ସଂଘର୍ଷର ସଦ୍ୟତମ ସଙ୍କେତ, ଯେଉଁଠାରେ ସଶସ୍ତ୍ର ଗ୍ୟାଙ୍ଗଗୁଡ଼ିକ ରାଜଧାନୀ ପୋର୍ଟ-ଓ-ପ୍ରିନ୍ସର ଅଧିକାଂଶ ଅଞ୍ଚଳକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାରେ ଲାଗିଛନ୍ତି, ଯେଉଁଥିରେ ଭୋକ ବଢିବା ସହ ଶହ ଶହ ଲୋକ ବାସହୀନ ହେଉଛନ୍ତି ।

Get real time updates directly on you device, subscribe now.