fbpx

ଆଉ କେତେ ଲଜ୍ଜାର ଭାର ସହିବ କୋଲକତା! ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଳୀ: କୋଲକତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା ଆଜି ମନରୁ ଲିଭି ନଥିବା ପୁଣି ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ପୁଣି ଥରେ କୋଲକତା ଲଜ୍ଜାରେ ମଥା ତଳକୁ କରିଦେଇଛି । ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା ପରେ ତାଙ୍କ ଶବକୁ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଛନ୍ତି । ଦୁର୍ଗାପୂଜାକୁ ଗୋଟିଏ ପଟେ କୋଲକତା ଚଳଚଞ୍ଚଳ ହୋଇଉଠିଥିବା ବେଳେ ଏପରି ସ୍ଥିତିରେ ଜଣେ ୧୦ ବର୍ଷୀୟା ନାବାଳିକା ଏପରି ଅମାନବୀୟ ଭାବେ ନିର୍ଯାତନାର ଶିକାର ହେବା ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ ପାଇଛି ।

ଗୋଟିଏ ପରେ ଗୋଟିଏ ମାମଲା ଘଟିଚାଲିଥିବାରୁ ପୁଣି ଥରେ କୋଲକତା ଚର୍ଚ୍ଚାର ପରିସରକୁ ଆସିଛି । ଦୁର୍ଗାପୂଜା ଭଳି ଉତ୍ସବ ସମୟରେ ଲୋକମାନେ ପୂଜା ପେଣ୍ଡାଲ ଭ୍ରମଣ କରୁଥିବା ବେଳେ ଏଭଳି ସ୍ଥିତିରେ ଝିଅମାନେ ସୁରକ୍ଷିତ ନୁହନ୍ତି ବୋଲି ପ୍ରମାଣିତ ହୋଇଛି । ଦକ୍ଷିଣ କୋଲକତାର ୨୪ ପ୍ରଗଣାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ସହ ଏଭଳି ନିର୍ଯାତନା ଜନିତ ଘଟଣା ଘଟିଥିଲା । ଦୁର୍ବୃତ୍ତମାନେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ସହ ତାଙ୍କ ଶବକୁ ନଦୀରେ ଫିଙ୍ଗି ଦେଇଥିଲେ । ପରଦିନ ସକାଳେ ଗଙ୍ଗା ନଦୀ କୂଳରୁ ତାଙ୍କର ଶବ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ଝିଅକୁ ନପାଇ ମୃତ ନାବାଳିକାଙ୍କ ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରିବା ସହ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.