fbpx

(Viral Video) ଭ୍ୟୁଜ ପାଇଁ ସୀମା ଟପିଗଲେ, ରୁଟିରେ ଗୋବର ଲଗାଇ ଖାଇଲେ..

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆରେ ବାଇଆ ହୋଇଗଲେଣି । ପିଲାଠାରୁ ବୁଢା ସମସ୍ତଙ୍କୁ ସୋସିଆଲ ମିଡିଆର ଆବଶ୍ୟକତା ରହିଛି । ଭ୍ୟୁଜ ପାଇଁ କିଏ ପୋଲରୁ ଡେଉଁଛି ତ କିଏ ସାପକୁ ଚୁମା ଦେଉଛି । ହେଲେ ଏହାରି ଭିତରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନଦେଖିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନାହିଁ । ଭ୍ୟୁଜ ପାଇଁ ଜଣେ ରୁଟିରେ ଗୋବର ଲଗାଇ ଖାଉଥିବା ଦେଖାଯାଇଛି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଥିବା ବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି ।

ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଯୁବକଜଣକ ଗୋଟିଏ ରୁଟିକୁ ଆଣି ଗୋବର ପଡିଥିବା ସ୍ଥାନରେ ବସିଲେ । ଏହାପରେ ରୁଟିକୁ ଖୋଲି ତଳେ ପଡିଥିବା ଗୋବରକୁ ସେଥିରେ ଲଗାଇ ରୋଲ କରିଥିଲେ । ଏହାପରେ ତାକୁ ଚୋବାଇ ଚୋବାଇ ଖାଉଥିବା ଦେଖିବାକୁ ମିଳିଥିଲା । ତେବେ ଭ୍ୟୁଜ ପାଇଁ ଏଭଳି ମାନସିକତାକୁ ନେଇ ବର୍ତ୍ତମାନ ସମାଜରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 90 ହଜାରରୁ ଅଧିକ ୟୁଜର ଏହାକୁ ବାରମ୍ବାର ଦେଖିଛନ୍ତି । ଏନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି । ତେବେ ପାଗଳାମୀର ଏକ ସୀମା ଥାଏ ବୋଲି ୟୁଜର୍ସ କହିଛନ୍ତି । ତେବେ ଭିଡିଓଟି କେଉଁ ଅଞ୍ଚଳର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

Get real time updates directly on you device, subscribe now.