fbpx

(Video) ସାମ୍ନାକୁ ଆସିଲା ତାଲିକା, କେବଳ ଏହି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା: କାଲିଠୁ ଆସିବ ୧ ଟଙ୍କା

ଓଡ଼ିଶା ଭାସ୍କର: ଅକ୍ଟୋବର ୯ ତାରିଖରେ ରାଜ୍ୟର ଆଉ କିଛି ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା ପଠାଇବେ ସରକାର । ପ୍ରଥମ ପର୍ୟ୍ୟାୟରେ ୨୫ ଲକ୍ଷ ୧୧ ଜଣଙ୍କୁ ସରକାର ‘ସୁଭଦ୍ରା’ ଟଙ୍କା ପଠାଇଥିବା ବେଳେ ଯେଉଁମାନେ ବାକି ଥିଲେ ସେମାନଙ୍କୁ ଦୁର୍ଗା ପୂଜାରେ ମିଳିବ ୫ହଜାର ଟଙ୍କା । ଆଉ ମାତ୍ର ତିନି ଦିନ ପରେ ଆପଣଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ୟ୍ୟାୟରେ ପ୍ରାୟ ୪୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପଠାଯାଇପାରେ । ପ୍ରଥମ ପର୍ୟ୍ୟାୟ ଭଳି ଦ୍ୱିତୀୟ ପର୍ୟ୍ୟାୟ ପରେ ମଧ୍ୟ ଆଉ କିଛି ମହିଳା ଟଙ୍କା ପାଇବାରୁ ବଞ୍ଚିତ ରହିବେ । ତେବେ ଦ୍ୱିତୀୟ ପର୍ୟ୍ୟାୟରେ କେଉଁମାନଙ୍କୁ ମିଳିବ ପ୍ରଥମ କିସ୍ତି?

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ଓ କେଉଁମାନଙ୍କୁ ମିଳିବନି ଟଙ୍କା ସେନେଇ ଏବେ ଲିଷ୍ଟ ସାମ୍ନାକୁ ଆସିଛି । ଏହି ଲିଷ୍ଟରେ ଯେଉଁ ମହିଳାଙ୍କ ନାମ ଥିବା ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତେବେ ଉପ-ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଯଦି ଆପଣ ଅକ୍ଟୋବର ୭ ତାରିଖ ସୁଦ୍ଧା ‘ସୁଭଦ୍ରା’ରେ ଆବେଦନ କରିଛନ୍ତି, ତେବେ ଅକ୍ଟୋବର ୯ ତାରିଖରେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରାର ୫ହଜାର ଟଙ୍କା ଯିବ । କିନ୍ତୁ ଯଦି ଆପଣ ୭ ତାରିଖ ପୂର୍ବରୁ ଆବେଦନ କରିନାହାଁନ୍ତି, ତେବେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟୟ ଟଙ୍କା ଯିବ ନାହିିଁ ।

ଆସନ୍ତା ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପଠାଇବେ ସରକାର । ବାରିପଦାରେ ଏକ କାର୍ୟ୍ୟକ୍ରମ ଜରିଆରେ ଏହି ଟଙ୍କା ବଣ୍ଟନ କରାଯିବ । ତେବେ ଅକ୍ଟୋବର ୭ ତାରିଖ ସୁଦ୍ଧା ଯେଉଁ ମହିଳା ହିତାଧିକାରୀମାନେ ଯୋଗ୍ୟ ଭାବରେ ବିବେଚିତ ହୋଇଥିବେ, ସେମାନଙ୍କୁ ଦ୍ୱିତୀୟ ପର୍ୟ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପଠାଯିବ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ତେବେ ଏହି ପର୍ୟ୍ୟାୟରେ ପ୍ରାୟ ୪୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯିବା ନେଇ ଆଶା କରାଯାଉଛି । ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଯେଉଁ ହିତାଧିକରୀ ପଞ୍ଜିକରଣ କରିଥିବେ । ସେମାନଙ୍କ ମଧ୍ୟରୁ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକରଣ କରି ସାରିଛନ୍ତି । କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା । କେହି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ । ମାର୍ଚ୍ଚ ୮ ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଅର୍ଥ ମିଳିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Get real time updates directly on you device, subscribe now.