fbpx

ଭୀମସାରରେ ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ସଂଘର୍ଷ: ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ

ସମ୍ବଲପୁର: ବୁର୍ଲା ଭୀମସାର କଲେଜରେ ଛାତ୍ର ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଛି ତିକ୍ତତା । କଲେଜର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ସମୟରେ ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ୩ ଜଣ ଆହତ ହୋଇଛନ୍ତି । ହାଉସ ସର୍ଜନ ଏବଂ ପିଜି ଛାତ୍ରଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଜଣାଯାଇଛି । ତେବେ ଏହି ଗୋଷ୍ଠୀ ସଂଘର୍ଷ ନେଇ ହାଉସ ସର୍ଜନଙ୍କ ତରଫରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହାସହିତ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହାଉସ ସର୍ଜନ । ସେପଟେ ଗଣ୍ଡଗୋଳ ଘଟଣାକୁ ସ୍ୱୀକାର କରିଛନ୍ତି ଭୀସାରର ଭାରପ୍ରପ୍ତ ନିର୍ଦ୍ଦେଶକ । ତେବେ ଏହାପରେ ସମାଧାନ ପାଇଁ ଉଭୟ ଗୋଷ୍ଠୀକୁ ବୁଝାସୁଝା କରାଯାଇଛି ଏବଂ ବର୍ତ୍ତମାନ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.