fbpx

(Video) ଆଜିଠୁ ଆସିବ ‘ସୁଭଦ୍ରା’ର ୧ ଟଙ୍କା: ବଡ଼ ଘୋଷଣା କଲେ ଉପ-ମୁଖ୍ୟମନ୍ତ୍ରୀ, ୯ ତାରିଖରେ ସମ୍ପୂର୍ଣ୍ଣ ଆମାଉଣ୍ଟ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜିଠାରୁ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପଠାଯିବ ୧ ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଠିକ୍ ଅଛି କି କି ନାହିଁ, ଏହାର ପରୀକ୍ଷଣ ପାଇଁ ସମସ୍ତଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ପଠାଯିବ । ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର । ଏ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ।

ଆପଣ ମୋଦି ସରକାରଙ୍କ ସୁଭଦ୍ରା ଯୋଜନାର ଟଙ୍କା ପାଇ ନାହାନ୍ତି କି? ଏଥିପାଇଁ ମନରେ ରହିଛି କି ଅବସାଦ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ୯ ତାରିଖରେ ଦିଆଯିବ । ଏହା ପୂର୍ବରୁ ପ୍ରତି ଯୋଗ୍ୟ ଉପଭୋକ୍ତାଙ୍କ ଖାତାକୁ ପରୀକ୍ଷାମୂଳକ ଭାବେ ଯିବ ଟଙ୍କାଟିଏ ଲେଖା, ଠିକ ଆଗ ଥରକ ପରି । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ଡାଟାବେଶ ପ୍ରସ୍ତୁତ ହୋଇସାରିଛି । ଆକାଉଣ୍ଟ ଲିଙ୍କ ମଧ୍ୟ ସରିଛି । ତେବେ ଆକାଉଣ୍ଟ ଲିଙ୍କ ଯାଞ୍ଚ ପାଇଁ ଆସନ୍ତା ଆଜିଠାରୁ ସମସ୍ତ ବାକି ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖା ପଠାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ସୋମବାର ଓ ମଙ୍ଗଳବାର ଦୁଇ ଦିନ ପରୀକ୍ଷା ଚାଲିବ । ବୁଧବାର ବିଧିବଦ୍ଧ ଭାବେ ଦିଆଯିବ ସୁଭଦ୍ରାର ଟଙ୍କା ।

ତେବେ ଉପ-ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଯଦି ଆପଣ ଅକ୍ଟୋବର ୭ ତାରିଖ ସୁଦ୍ଧା ‘ସୁଭଦ୍ରା’ରେ ଆବେଦନ କରିଛନ୍ତି, ତେବେ ଅକ୍ଟୋବର ୯ ତାରିଖରେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରାର ୪,୯୯୯ ଟଙ୍କା ଯିବ । କିନ୍ତୁ ଯଦି ଆପଣ ୭ ତାରିଖ ପୂର୍ବରୁ ଆବେଦନ କରିନାହାଁନ୍ତି, ତେବେ ଆପଣଙ୍କ ଆକାଉଣ୍ଟକୁ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟୟ ଟଙ୍କା ଯିବ ନାହିିଁ । ଆସନ୍ତା ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପଠାଇବେ ସରକାର । ବାରିପଦାରେ ଏକ କାର୍ୟ୍ୟକ୍ରମ ଜରିଆରେ ଏହି ଟଙ୍କା ବଣ୍ଟନ କରାଯିବ । ତେବେ ଅକ୍ଟୋବର ୭ ତାରିଖ ସୁଦ୍ଧା ଯେଉଁ ମହିଳା ହିତାଧିକାରୀମାନେ ଯୋଗ୍ୟ ଭାବରେ ବିବେଚିତ ହୋଇଥିବେ, ସେମାନଙ୍କୁ ଦ୍ୱିତୀୟ ପର୍ୟ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପଠାଯିବ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏଥିପାଇଁ ବୁଧବାର ବାରିପଦାରେ ଏକ ମେକା ଇଭେଣ୍ଟର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଟିଏ ସୁଇଚରେ ସବୁ ବାକି ଆକାଉଣ୍ଟକୁ ଟଙ୍କା ପଠାଇବେ । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୪୦ ଲକ୍ଷ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା । ତେଣୁ ଯେଉଁମାନେ ଏଯାଏଁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ହାତରେ ମୋବାଇଲ ଧରି ବସିଥାନ୍ତୁ । ମୋବାଇଲ ମଧ୍ୟ ରିଚାର୍ଜ କରାଇ ନିଆନ୍ତୁ । ଏମିତି ନ ହେଉ କି, ମୋବାଇଲର ଡାଟା ପ୍ୟାକ୍ ନଥିବା କାରଣରୁ ଆପଣଙ୍କ ଖାତାକୁ ଟଙ୍କା ଆସିଥିଲେ ମଧ୍ୟ ଆପଣ ଜାଣିପାରିବେ ନାହିଁ ଓ ଅବସାଦରେ ରହିବେ ।

Get real time updates directly on you device, subscribe now.