fbpx

(Video) ବାଃ ବାଃରେ AI, ବଦଳିଗଲା ଭୁବନେଶ୍ୱରର ରୂପରେଖ: ଜାକଜମକରେ ଚମକୁଛି ଏକାମ୍ର ନଗରୀ

ଓଡ଼ିଶା ଭାସ୍କର: ଶସ୍ୟ ଶାମଳ ରାଇଜ ଆମ ଓଡ଼ିଶା । ସୁନ୍ଦର ଘର, ସୁନ୍ଦର ଗାଁ ଆଉ ସବୁଠୁ ସୁନ୍ଦର ଆମ ରାଜଧାନୀ, ଭୁବନେଶ୍ୱର । ମନ୍ଦିର ମାଳିନୀ ସହରକୁ ବଡ଼ ବଡ଼ କୋଠା ସବୁ ଯେମିତି ମୁଣ୍ଡ ଟେକି ଛାତି ଫୁଲାଇ ଗର୍ବରେ ସାରା ଦେଶକୁ କହୁଛନ୍ତି ଆମ ଭୁବନେଶ୍ୱର । ଆଉ ଏବେ ଏହି ଭୁବନେଶ୍ୱରକୁ ସ୍ୱପ୍ନର ସହର ସଜେଇ ଦେଇଛି ଆଜିର ନୂଆ ଟେକନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Artificial Intelligence) । ଏ ସୁନ୍ଦର ସହରକୁ ଆହୁରି ସୁନ୍ଦର ଆହୁରି ଚିକମିକ୍ ଆଲୁଅରେ ଏକ ନୂଆ ରୂପ ଦେଇଛି ଏଆଇ । ସତେ ଯେମିତି ଇନ୍ଦ୍ରପ୍ରସ୍ତର । ଆଖିକୁ ବି ବିଶ୍ୱାସ ହେଉନି, ଏମିତି ବି ଦେଖାଯାଇପାରେ ଆମ ଭୁବନେଶ୍ୱର ।

                How Bhubaneswar City Would Look In Future - AI Photos      How Bhubaneswar City Would Look In Future - AI Photos

ଯୁଆଡ଼େ ଦେଖ ସବୁ ଆଡ଼େ ଖାଲି ଗାଡ଼ି ଉପରେ ଉଡ଼ୁଛି । ଘର ସବୁ ଉନ୍ନତ ଧରଣର ପାଲଟି ଯାଇଛି । ମନ୍ଦିର ମାଳିନି ସହର ପାଲଟି ଯାଇଛି ଲାଇଟର ସହର । ରଙ୍ଗିନ ଲାଇଟ ଏବଂ ରୋବୋର୍ଟିକ ସହର ପାଲଟି ଯାଇଛି ଭୁବନେଶ୍ୱର । ମନ୍ଦିର ସବୁ ବିଲଡିଂର ଆଢ଼ୁଆଳରେ ଲୁଚିଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାନେ AI। ଏହି ଏଆଇକୁ ଯେଉଁ ଭଳି ଫଟୋ ଦରକାର ତାକୁ କହିଲେ ସେ ପୁରା ଫଟୋକୁ ତିଆରି କରି ରଖିଦେବ । ଯେମିତି ଭୁବନେଶ୍ୱରର ଫଟୋକୁ ତିଆରି କରିଛି ଏଆଇ ।

          How Bhubaneswar City Would Look In Future - AI Photos          How Karnataka's Majestic Mysuru City Would Look In Future - AI Photos

ଟିକେ ଏହି ସବୁ ଫଟୋକୁ ଦେଖନ୍ତୁ । କଣ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା । ଏହା କୌଣସି ଭୁବନେଶ୍ୱରର ଫଟୋ ଭଳି ଲାଗୁ ନାହିଁ । ଏ ଫଟୋକୁ ଦେଖିଲେ ଲାଗୁଛି ଏକ ରୋବୋଟିକ ଦୁନିଆ ଭଳି । କିନ୍ତୁ ସମାନ୍ୟ ସାମଞ୍ଜସ୍ୟ ରହିଛି ଭୁବନେଶ୍ୱରର ସହ । ମନ୍ଦିର ନଦୀ ପୁଷ୍କରିଣୀ ସବୁ ରହିଛି ଏହି ସବୁ ଫଟୋରେ । ଭୁବନେଶ୍ୱର ପୁରା ଉନ୍ନତ ପାଲଟି ଯାଇଛି । ଗାଡ଼ି ଆଉ ତଳେ ଗଡ଼ୁ ନାହିଁ । ଅଧିକାଂଶ ଗାଡ଼ି ଏବେ ଉପରେ ଉଡ଼ୁଛି । ଗଛପତ୍ର ସବୁ କୁଆଡ଼େ ଉଭେଇଗଲାଣି । ଯୁଆଡ଼େ ଦେଖ ଖାଲି ବିଲଡିଂ ପରେ ବିଲଡିଂ । ମାଳ ମାଳ ବିଲଡିଂରେ ପରିପୂର୍ଣ୍ଣ ହୋଇଯାଇଛି । ଭୁବନେଶ୍ୱରର ଏହି ଏଆଇ ଫଟୋକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକୁ ଅଦ୍ଭୁତ ମଧ୍ୟ ଲାଗୁଛି । ଭୁବନେଶ୍ୱର ଆଗକୁ ଉନ୍ନତ ହୋଇପାରେ । ହେଲେ ଏହି ଏଆଇ ଫଟୋ ଭଳି କେବେ ହେଲେ ଦେଖାଯିବ ନାହିଁ ।

   Cutting-Edge Incubation Hub in Bhubaneswar, Odisha | AI Art Generator | Easy-Peasy.AIHow Bhubaneswar City Would Look In Future - AI Photos

Get real time updates directly on you device, subscribe now.