fbpx

ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ଘୋଷଣା କଲେ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତରୁ ଆସିଛି ଏକ ନୈରାଶ୍ୟଜନକ ଖବର । ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ଘୋଷଣା କରିଛନ୍ତି । ବିଭିନ୍ନ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟରେ ଦୀପା ଭାରତ ପାଇଁ ପଦକ ଜିତିବା ସହ ସେ ୨୦୨୬ ରିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦରୁ ବଞ୍ଚିତ ହୋଇଥିଲେ । ୨୦୧୮ରେ ତୁର୍କୀର ମର୍ସିନରେ ଅନୁଷ୍ଠିତ ହୋଇଥିବା ଏଫଆଇଜି ଆର୍ଟିଷ୍ଟିକ ଜିମ୍ସାଷ୍ଟିକ୍ସ ବିଶ୍ୱ ଚ୍ୟାଲେଞ୍ଜ କପରେ ବାଲ୍ଟ କମ୍ପିଟିସନରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ପାଇଥିଲେ ।

୩୧ ବର୍ଷୀୟା ଦୀପା ଗୋଲ୍ଡେନ ଗାର୍ଲ ଭାବେ ବେଶ୍ ପରିଚିତ । ତ୍ରିପୁରା ବାସିନ୍ଦା ଦୀପା ଭାରତୀୟ ଜିମ୍ନାଷ୍ଟିକ୍ ଜଗତରେ ଜଣେ ପ୍ରମୁଖ ହସ୍ତୀ ଭାବେ ପରିଗଣିତ । ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହିଥିଲେ । ତାଙ୍କର ଏହି ସଫଳତା ଅନେକ ନୂଆ ଯୁବପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା । କ୍ରୀଡ଼ା ଜଗତରୁ ଅବସର ନେଇ ଦୀପ ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି । ବହୁତ ଭାବି ଚିନ୍ତି ସେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଦୀପା ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.