(Video) ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି: ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟିକରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ‘ସୁଭଦ୍ରା’କୁ ନେଇ ଗତ କିଛିଦିନ ଧରି ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ତେବେ ହିତାଧିକାରୀଙ୍କ ଆକାଉଣ୍ଟକକୁ ୧ ଟଙ୍କା ଯାଇଥିବା ନେଇ କିଛି ମିଡ଼ିଆରେ ଖବର ପ୍ରକାଶ ପାଇଥିଲା । ମାତ୍ର ଏନେଇ ଆସିଛି ଏକ ବଡ଼ ଖବର । ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନାହିଁ । ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଥିବା ଖବରରେ ଭ୍ରମିତ ନହେବାକୁ କୁହାଯାଇଛି । ୧ ଟଙ୍କା ପଠାଯାଇଥିବା ଖବରକୁ ଖଣ୍ଡନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ପଷ୍ଟିକରଣ ଜାରି କରାଯାଇଛି ।
ସୁଭଦ୍ରା ଯୋଜନାରେ ଏହା ମଧ୍ୟରେ ପଞ୍ଜିକରଣ ୧ କୋଟି ଛୁଇଁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଏହି ଯୁଗାନ୍ତକାରୀ ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୦ ଲକ୍ଷ ମହିଳା ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି । ଏହା ମଧ୍ୟରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଯୋଜନାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ୯ ତାରିଖ ମଧ୍ୟାହ୍ନ ୧୨ଟା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏଥର କିଛି ଲୋକଙ୍କ ପାଖକୁ ଏକ ଟଙ୍କା ଯାଇଥାଇପାରେ, କିଛି ଲୋକଙ୍କ ପାଖକୁ ଏକ ଟଙ୍କାରୁ ଅଧିକ ଯାଇଥାଇପାରେ ଓ ଆଉ କିଛି ଲୋକଙ୍କ ପାଖକୁ ଆଦୌ ଯାଇ ନଥାଇପାରେ । ତେଣୁ ଯେଉଁମାନେ କ୍ଲିୟର ଅଛନ୍ତି ସେମାନେ ଆଦୌ ବ୍ୟସ୍ତ ନହେବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି ।