fbpx

ଦକ୍ଷିଣ ଆଫ୍ରିକାରେ ପାୱାର ଦେଖାଇଲେ ଓଡ଼ିଆ ପୁଅ: ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଦେଶରେ କ୍ରୀଡ଼ା କ୍ଷେତ୍ରର ଚମକିଛନ୍ତି ଜଣେ ଓଡ଼ିଆ ପୁଅ । ତାଙ୍କ ନାମ ହେଉଛି ରୋହିତ ପାତ୍ର । ରୋହିତ ହେଉଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର । ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ରୋହିତ ୧୨୦ କେଜି ସବ-ଜୁନିୟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି କ୍ରମରେ ରୋହିତ ଇଂଲଣ୍ଡ ଓ ଉତ୍ତର ଆୟର୍ଲାଣ୍ଡର ଶୀର୍ଷ ଆଥଲେଟଙ୍କୁ ପଛରେ ପକାଇ ଦେଇଥିଲେ । ରୋହିତଙ୍କ ଏହି ସଫଳତା ଆଜି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଦେଇଛି । ଦକ୍ଷିଣ ଆଫ୍ରିକାରେ ସନ୍ ସିଟିରେ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ରୋହିତଙ୍କ ଏହି ସଫଳତା କେବଳ ବିଶ୍ୱବିଦ୍ୟାଳୟ ପାଇଁ ନୁହେଁ, ସମଗ୍ର ଦେଶ ଓ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର । ସୂଚନାଯୋଗ୍ୟ ଯେ, ସନ୍ ସିଟିରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ବେଳେ ତାହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

Get real time updates directly on you device, subscribe now.