fbpx

(Video) ମାମୁଁକୁ ଦେଖିବାକୁ ଆସିଥିଲେ ପର୍ଯ୍ୟଟକ, ହେଲେ ହଠାତ୍ ସଫାରୀ ବସକୁ ଚଢିଗଲା ବାଘ, ତାପରେ…

ବେଙ୍ଗାଲୁରୁ: ବାଘ ମାମୁଁକୁ ଦରକାର ମଣିଷ ରକ୍ତ । କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ବାଘକୁ ଦେଖିବା ପାଇଁ ଆସିଥିଲେ। ପରିବାର ନିଜ ଛୁଆକୁ ନେଇ ଏକ ସଫାରୀ ବସରେ ଆସିଥିଲେ । ତେବେ ବାଘ ଦେଖି ସମସ୍ତେ ଖୁସି ମଧ୍ୟ ହେଉଥିଲେ । ହେଲେ ହଠାତ୍ କିଏ କିଛି ବୁଝିବା ଆଗରୁ ସଫାରୀ ବସ୍ ଉପରକୁ ଚଢି ପଡିଲା ବାଘ । ଝଟକାରେ ଗୋଡ ଦେଇ ଝୁଲି ରହିଲା । ବସ୍ ଡ୍ରାଇଭର ଜଣକ ବସ୍ ଚଳାଇଥିଲେ ମଧ୍ୟ ବାଘ ବସରୁ ନଓହ୍ଲାଇ ଝୁଲି ରହିଥିଲା । ତେବେ ବାଘର ଏଭଳି କାର୍ଯ୍ୟକଳାପ ଦେଖି ପର୍ଯ୍ୟଟକମାନେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ତେବେ ବାଘ ଜଣକ କେବଳ ବସ ଉପରକୁ ଚଢୁ ନାହିଁ ବରଂ ଭୟଭୀତ ହୋଇଥିବା ଯାତ୍ରୀଙ୍କୁ ମଧ୍ୟ ଦେଖୁଛି । ତେବେ ବାଘର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣାଟକର ଜଙ୍ଗଲ, ପରିବେଶ ଏବଂ ପରିବେଶ ମନ୍ତ୍ରୀ ଇଶ୍ୱର ଖନ୍ଦ୍ରେ ଜୁନ୍ ମାସରେ ଏଠାରେ ବାନେରଘାଟ ବାୟୋଲୋଜିକାଲ ପାର୍କରେ ଚିତାବାଘ ସଫାରି ଆରମ୍ଭ କରିଥିଲେ । ଏହାସହିତ ରିହାତିରେ ପର୍ଯ୍ୟଟଙ୍କୁ ସଫାରୀ ବୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ପ୍ରାଣୀ ଉଦ୍ୟାନଗୁଡ଼ିକ ବନ୍ୟଜନ୍ତୁଙ୍କ ଯତ୍ନ ନେବାକୁ ଜଣାଶୁଣା କିନ୍ତୁ ମନୋରଞ୍ଜନ ବ୍ୟତୀତ ପ୍ରାଣୀ ଉଦ୍ୟାନଗୁଡ଼ିକ ମଧ୍ୟ ଜ୍ଞାନର କେନ୍ଦ୍ର ହେବା ଉଚିତ୍ ।

Get real time updates directly on you device, subscribe now.